Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Inspirational Others

3  

Binaya Bhusan Panigrahi

Inspirational Others

ହକ୍

ହକ୍

1 min
6.8K


ହକ୍ ର ଲଢେ଼ଇ ଲଢ଼ିବା ପାଇଁ

ପେଶୀ ଓ ପଞ୍ଝାରେ କେତେ ବଳ ଲୋଡ଼ା ?

ଲୋଡ଼ା କେତେ ଶିକ୍ଷା ଦୀକ୍ଷା,

କେତେ ଅର୍ଥ,କେଇ ମାଣ ଜମି ??

ସେସବୁ ମୁଁ କିଛି ବୋଲି କିଛି ଜାଣେନାହିଁ,

ଭାବୁନାହିଁ ଜାଣିବା ଜରୁରୀ ବୋଲି।

ବଞ୍ଚିବାର ଅଧିକାର

ଏକାନ୍ତ ଜନ୍ମଗତ ମୋର,

ତହିଁରୁ କେ ଚେନାଏ ଲୁଟିଲେ

ମରିବା ଓ ମାରିବା ମୋ'ପାଇଁ

ଏକା କଥା; ଅର୍ଥ ଦି'ପ୍ରକାର।

ଖଟିଖିଆ ମଣିଷ ମୁଁ

ଖଟଣୀର ମୂଲ୍ୟାଙ୍କନ

ମୋ'ବିନା ଆଉ କେହି କଲେ

ବରଦାସ୍ତ କରି ପାରେନାହିଁ

ବାହାପିଆ ମଧ୍ୟସ୍ଥିଙ୍କ ମୂଲଚାଲ,

ବଳଦିଆ ମିଶାଣ-ଫେଡାଣ

ବିଶେଷ କରି,ଯେବେଠାରୁ ବୁଝିଲିଣି

ସେଇମାନେ ମାଟିରେ ମିଶାଇ ମୋତେ

ରୀତିମତ ଫେଡନ୍ତି ମୋ ଚୁନା ଚୁନା ହସ

ଗୋଡିମାଟି ମୁଲରେ ମୁଲାଇ

ସୁନାରେ ଭରନ୍ତି ଅମ୍ଭାର,

ଆଖିରେ ମୋ ଭରିଦେଇ ସ୍ୱପ୍ନ

ଅଦିନ ମେଘର ଆପଣା ପଣରେ।

ଖଟିଖିଆ ଚାଷୀ-ମଜୁରିଆ;

ହେଲେ,ଖାଣ୍ଟି ମଣିଷଟିଏ।

ବିଖ୍ୟାତ ନୁହେଁ ମୁଁ, ପ୍ରଖ୍ୟାତ ବି ନୁହେଁ,

ଯଦିଓ ଅଖ୍ୟାତ ମଣିଷଟେ ,କୁଖ୍ୟାତ ତ ନୁହେଁ,

ହକ ପାଇଁ ମୁହଁ ଖୋଲିବାକୁ

ଖ୍ୟାତିର କି'ବା ଆସେଯାଏ !

ହାରିବା ମୋ'ପସନ୍ଦ ନୁହେଁ ବୋଲି

ହାତରେ ଧରିଛି ହଳ,

ହଳ ଧରା ଏ ହାଡୁଆ ହାତକୁ ତମେ

କେମିତି ଭାବୁଛ ଦୁର୍ବଳ !!

ଏଯାବତ ଯାହା ହେଲା,ବହୁତ ହେଇଗଲା

ଏଣିକି ଆଉ ଜମା ନୁହେଁ।

ଫାସିରେ ଲଟକିବାର ପ୍ରଶ୍ନ ଉଠୁନାହିଁ,

ଫଲଡନ ପିଇ ଜୀବନ ଦେବାର ନାହିଁ,

ନା ହଳ ଛାଡ଼ିବି ନା ହକ୍ ଛାଡ଼ିଦେବି ,

ହଳୁଆର ହକ୍ ପାଇଁ ଲଢ଼େଇ ଲଢ଼ିବି ,

ହଲପ୍ କରି କହିବି, "ମୁଁ ବି ହକଦାର

ଜୀବନ ଜୀଇଁବା ପାଇଁ ନିଜସ୍ଵ ଶୈଳୀରେ।"


ବିନୟ ଭୂଷଣ ପାଣିଗ୍ରାହୀ( ମିଟୁ)

ହରସିଂହ ପୁର,ପିରହାଟ, ଭଦ୍ରକ

୯୯୩୭୫୪୮୪୩୧


Rate this content
Log in

Similar oriya poem from Inspirational