Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Romance

2  

gouranga charan beura

Romance

କାଉଁରୀ କନ୍ୟା

କାଉଁରୀ କନ୍ୟା

1 min
7.0K


ଉତ୍ତାଳ ବକ୍ଷରେ ପୀରତିମଧୁ...

କାଉଁରୀ କରିଛି ବାଳିକା ବଧୂ ॥

ସଜଳ ଆଖିରେ ପ୍ରୀତି ମହ୍ଲାର...

ଲହରା କେଶରେ ଫୁଲ ସମ୍ଭାର ॥

କୁଂଚିତ ଗ୍ରୀବାରେ ଝରେ ଶେଫାଳୀ...

ଭୃଲତା ହସଇ ସତେ କାକଳୀ ॥

ନାଭିଚକ୍ରେ ଖେଳେ କାମର ବନ୍ୟା...

ଚାରୁ ଭଂଗିମାରେ ସେ ତ ଅନନ୍ୟା ॥

ନିତମ୍ବ କଟାକ୍ଷ ହୃଦୟ ହାଣେ....

ପରସ ତାହାର ନିତି ବଖାଣେ ॥

ଚାଲିରେ ତା ଝରେ ଶ୍ୱେତ ମୁକୁତା...

ଚାରୁ ଚନ୍ଦ୍ରମୁଖୀ ଜଗତଜିତା ॥

ସିଂହକଟୀ ପରେ କୁମ୍ଭ ସେ ରଖି...

ତେରଛା ନୟନେ ମାରେ ସେ ଆଖି ॥

ରୂପରେ ରୂପରେ ସେ ଅନୁପମା...

କାଉଁରୀ ତନୁର ନାହିଁ ଉପମା ॥

ସପନର ସତେ ସେ ରାଜଜେମା...

ବିହି ତୁଳିକାରେ କେତେ ଉପମା ॥

ଗାଉଁଲି ଝିଅ ସେ ପଲ୍ଲୀ ସୁନ୍ଦରୀ....

ପ୍ରେମ ବଳୟରେ ଭରା କାଉଁରୀ ॥

------ଗୈାରାଂଗ ଚରଣ ବେଉରା--------

----ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ-------


Rate this content
Log in

Similar oriya poem from Romance