କାଉଁରୀ କନ୍ୟା
କାଉଁରୀ କନ୍ୟା
ଉତ୍ତାଳ ବକ୍ଷରେ ପୀରତିମଧୁ...
କାଉଁରୀ କରିଛି ବାଳିକା ବଧୂ ॥
ସଜଳ ଆଖିରେ ପ୍ରୀତି ମହ୍ଲାର...
ଲହରା କେଶରେ ଫୁଲ ସମ୍ଭାର ॥
କୁଂଚିତ ଗ୍ରୀବାରେ ଝରେ ଶେଫାଳୀ...
ଭୃଲତା ହସଇ ସତେ କାକଳୀ ॥
ନାଭିଚକ୍ରେ ଖେଳେ କାମର ବନ୍ୟା...
ଚାରୁ ଭଂଗିମାରେ ସେ ତ ଅନନ୍ୟା ॥
ନିତମ୍ବ କଟାକ୍ଷ ହୃଦୟ ହାଣେ....
ପରସ ତାହାର ନିତି ବଖାଣେ ॥
ଚାଲିରେ ତା ଝରେ ଶ୍ୱେତ ମୁକୁତା...
ଚାରୁ ଚନ୍ଦ୍ରମୁଖୀ ଜଗତଜିତା ॥
ସିଂହକଟୀ ପରେ କୁମ୍ଭ ସେ ରଖି...
ତେରଛା ନୟନେ ମାରେ ସେ ଆଖି ॥
ରୂପରେ ରୂପରେ ସେ ଅନୁପମା...
କାଉଁରୀ ତନୁର ନାହିଁ ଉପମା ॥
ସପନର ସତେ ସେ ରାଜଜେମା...
ବିହି ତୁଳିକାରେ କେତେ ଉପମା ॥
ଗାଉଁଲି ଝିଅ ସେ ପଲ୍ଲୀ ସୁନ୍ଦରୀ....
ପ୍ରେମ ବଳୟରେ ଭରା କାଉଁରୀ ॥
------ଗୈାରାଂଗ ଚରଣ ବେଉରା--------
----ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ-------