ପିଲା ଦିନ
ପିଲା ଦିନ
1 min
7K
ମୋ ଗାଁ ଦାଣ୍ଡ ଦୁଆର
କେଡ଼େ ସୁନ୍ଦର
ପିଲା ଦିନେ
ଖେଳିଥିଲୁ କେତେ ଖେଳ
ବୋହୂ ବୋହୂକା ଆଉ
ସଢେଇ ଧୂଳି ଖେଳ
ଲୁଚି ଲୁଚି ତୋଳି ଥିଲୁ
ଆମ୍ବ ଆଉ କେତେ ପ୍ରକାର ଫଳ
ଆଜି ମନେ ପଡିଗଲେ
ଆଖିରୁ ଝରି ଯାଏ ଲୁହ
ଜେଜେମା ର ଗାଳି ଲାଗେ ଚନ୍ଦନ ପରି
ତାଙ୍କ ସିନ୍ଦୁକ କରୁଥିଲୁ ଚୋରି
ଆଉ ସେନାହିଁ ଦବାକୁ ଗାଳି
ଚାଲି ଗଲେ ଆମକୁ ଏକା କରି
ଫେରି ଆସନ୍ତା କି ସେ ଦିନ
ହସି ଉଠନ୍ତା ଏ ଜୀବନ...
ପ୍ରମିଳା ସାହୁ