ମାଗୁଣି
ମାଗୁଣି
ଏ ଜଗତରେ ଭରିରହିଛି ଖାଲି ଦୁଃଖ
ସୁଖ ଟିକେ ପାଇଁ ନିତି କରନ୍ତି କେତେ କଷ୍ଟ
ଆହା ପଦେ କହିବାକୁ କେହି ନାହିଁ ଯେମିତି
ନିଜ ଆଖି ଲୁହକୁ ପିଅନ୍ତି ଏଠି ନିତି
ନିରୀହ ହୃଦୟକୁ ଦେଖି ମନ ହୁଏ ବିକଳ ଭାରୀ
ନାହିଁ କି ସୁନ୍ଦର ଜୀବନଟିଏ ବିତେଇବା ପାଇଁ ଭାଗ୍ୟରେ ମିଳେନାହିଁ ମୁଠେ ଭଲ ଖାଇବାକୁ
ଆଉ କାହାର ଖାଇବାକୁ ଲୋକତ ମିଳେନା
ଏ ଖୋଲା ଆକାଶ ତଳେ ବିତିଯାଏ ଦିନରାତି
ବୁଝିବାକୁ ଏଠି ମନର ଦୁଃଖ କେହିତ ନାହାନ୍ତି
ଏ ଇଶ୍ୱର ଦେଇଛ ଯଦି ମନୁଷ୍ୟ ଜନ୍ମ
କାହିଁକି ମିଳୁଛି ଦୁଃଖ ଅନେକ
କରିଥାନ୍ତେ ସମାନ ଖୁସି ରେ ଚାଲନ୍ତା ଏ ଜଗତ
ଆଉ ସହି ପାରୁନାହିଁ ଏ ଦାରୁଣ ଦୁଃଖ
ଏ ମନୁଷ୍ୟ ଜନ୍ମରୁ କରିଦିଅ ଉଧାର
ନିତି ଦେଖି ହୃଦୟ ହେଲାଣି ପଥର ପରି
ପ୍ରମିଳା ସାହୁ.........