ପ୍ରଭୁ ହେ ଦୁଃଖୀ ଦୁଃଖ ଶୁଣିବକି ।
ପ୍ରଭୁ ହେ ଦୁଃଖୀ ଦୁଃଖ ଶୁଣିବକି ।
ପ୍ରଭୁ ହେ ଦୁଃଖୀ ଦୁଃଖ ଶୁଣି ବକି
ମୋର ଦୁଃଖ ଦାଉ ତୁମେ ଥାଉ ଥାଉ
ଆଉ କାରେ କହିବିକି
ଅସୀମ ମୋ ଦୁଃଖ ଆହେ ପଦ୍ମମୁଖ
ଅସହ୍ୟ ହେଲାଣି ଟି ।।
ନିତି ନିତି କେତେ ମୋର ଚଲା ପଥେ
ଦୁଃଖ ଯେ ଆସଇ ମାଡ଼ି
ଅସହ୍ୟ ହୁଅଇ ସେହିଠାରୁ ନହିଁ
ଆଉ ସହିପାରେ ନାହିଁ
ସତେକି ସୁଦୟା କରିବ ସେ ମାୟା--
-ଧର ବାରେ ଚକା ଆଖି ।।
କାଠ କି ପଥର ନହୁଅ ବଧିର
ମୁଁ ଗୋଟେ ନିରେଖି ଜନ
ଅରକ୍ଷ ରକ୍ଷଣ ତୁମେ ନାରାୟଣ
କର ହେ ଦୁଃଖ ମୋଚନ
ତୋରେ ଅନୁସରି ବସିଛି ସେ ହରି
ତୋଟି ଶୁଖେ ଡାକି ଡାକି ।।
ଦୁଃଖ ଦାବାନଳ ପ୍ରବଳୁ ପ୍ରବଳ
ହୁତୁ ହୁତୁ ହୋଇଜଳେ
ଫୁଟିଥିବା ଫୁଲ ବୃକ୍ଷରେ ତାହାର
ଦେଖ ଅଦିନେ ମଉଳେ
ଆହେ ଦୟାନିଧି ସରି ମୁଁ ଯାଉଛି
ଆଉ ନାହଁ କିଛି ବାକି ।।
ଦୟାର ସାଗର ବୁନ୍ଦେ କୃପାଜଳ
ମୋତେ କରିଲେ ପ୍ରଦାନ
କୃପା ମହୋଦଧି ନଯିବ ହେ ଶୁଖି
ଆହେ କରୁଣା ନିଧାନ
ପ୍ରଫୁଲ୍ଲ ବିକଳ ଜାଳେ ଦୁଃଖାନଳ
ଏବିପଦୁ ତାରିବକି ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳାଯୋଡି । ଖୋର୍ଦ୍ଧା
ଦୂ .ଭା.ନ ୯୪୩୮୩୯୨୮୦୨