Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Others

3  

SIPRA NAMTA

Others

କାମୁକ ବିଗ୍ରହ

କାମୁକ ବିଗ୍ରହ

2 mins
6.6K


                    କାମୁକ ବିଗ୍ରହ

                 **************

                            ସିପ୍ରା ନାମତା

କଳା ସ୍ଥାପତ୍ୟର ମୂକ ସାକ୍ଷୀ ସେ              

ମନ୍ଦିର ଇତିହାସ ରେ

ଶିଳ୍ପୀର ହାତୁଡି ନିହାଣ ଖୋଦେ

ଶୃଙ୍ଗାଟ ଚିତ୍ର ଶିଳା ରେ ।

ବିଶ୍ୱ ଦେଖେ ବେନି ନୟନ ରେ କେବେ

ଚାତୁରୀ ଭାସ୍କର୍ଯ୍ୟ କଳା

ଲୁବ୍ଧ ହୃଦୟ ତ ସଂଦର୍ଶନ କରେ

ପ୍ରତିମା ର ରୂପ ଝଳକା ।

ଶୁଣିଛି କି କେହି ଅସହାୟତାର

କରୁଣ ପ୍ରଳାପ ବାଣୀ

ବିବସନା ଏଠି ପ୍ରତିଟି ମୁହୂର୍ତ୍ତେ

ଲଜ୍ଜା ବିଧୁରା ରମଣୀ

ସଭ୍ୟତାର ହୁଏ ମୁକ୍ତ ପ୍ରଦର୍ଶନ

ଦୈଵ ଭବନ ର ଗାତ୍ର ଶୋଭନୀୟ

ପ୍ରସ୍ତର ର ରମ୍ୟ ରଚନା ଛଳ ରେ

ବିଭ୍ରାଜିତ ଏଠି ପ୍ରମଦାରଣ୍ୟ ।

ବିଗ୍ରହ ରେ ସୁଖ ,ତା' ଦୁଃଖ ହୃଦୟ ର

କିଏ କି ବୁଝିଛି କେତେ

ଖଣ୍ଡ ଖଣ୍ଡ ହୁଏ ଶିଳା ରେ ଲଜ୍ଜା ତ

ଶିରୋନ୍ନତ କରି ଅଛନ୍ତି ଯେତେ ।

କେନ୍ଦ୍ର ବିନ୍ଦୁ ହୁଏ ନାରୀ ତ ଯୁଗ ର

ସର୍ବୋତ୍କୃଷ୍ଟ ଉପମା ର

ଲାଂଛନା ରେ ଭରା ଯୌବନ ତା'ର

ଧରି ଆଦିମତା ର ସ୍ଵାକ୍ଷର ।

ପ୍ରସ୍ତର ଅଧରେ ହସ ଭରିବାରେ

ହାରେ କେ ଜୀବନ ଅଧୁରା ସ୍ବପ୍ନ

ଯୁଗ ଯୁଗ ଧରି ଉଡେ ଯଶ କୀର୍ତ୍ତି

କିଏ ବା କାମନା ଜୁଆରେ ମଗ୍ନ ।

ଶିଳ୍ପୀ କୁଳର ରକ୍ତ ହୋରିରେ

ଖେଳେ ରାଜତନ୍ତ୍ରର ସତ୍ତା

ମାନବବାଦର ଅସହାୟତାର

ଦେଖାଏ ତ କେତେ କରୁଣ ଛିଟା ।

ପୁରାତନ ଶିଳ୍ପ କୋଣାର୍କ ଗାଥା

ଅବା ହେଉ ରାଜରାଣୀ

ଅଜନ୍ତା ଏଲୋରା ଭଗ୍ନ ଖଣ୍ଡଗିରି

ଖୋଜୁରାହୋ ର କାହାଣୀ ।

ମନସତୁଷ୍ଟି ଖାଲି ଗୌରବ ର ଜୟ ଗାନେ

ଅତୀତ ର ଗାଥା ଅବ୍ୟକ୍ତ ର ବ୍ୟଥା

ହୃଦୟ ତ ଛୁଇଁ ପାରେନା କାହାର

ମରମ ପୀଡା ର କଥା ।

ସମୟର ଏକ ମହାର୍ଘ ଦାନ ସେ

ବିଗ୍ରହ ଭାସ୍କର୍ଯ୍ୟ ର

ପାଷାଣେ ଫୁଟିଛି ଶିଳାପଦ୍ମ ହୋଇ

ରାଜ ତନ୍ତ୍ରେ ପ୍ରଲୋଭନ ର   ।

ବିଗ୍ରହ ତ କେବେ ପାରେନା ପ୍ରକାଶି

ବେଦନା ଅନ୍ତରର

ନିହାଣ ମୁନ ରେ ଗଢି ଦିଏ ଶିଳ୍ପୀ

ଗୁପ୍ତ ଶୃଙ୍ଗାର ତତ୍ତ୍ୱର    ।

କେବେ ସ୍ଥାନ ଦିଏ ଦେବାଳୟ ଗର୍ଭେ

ବସ୍ତ୍ର ଆଚ୍ଛାଦନେ ଗୁପ୍ତ

କୋଠର ଶୈଳ ରେ ବିଗ୍ରହ ନିରୁକ୍ତ

ପ୍ରତିମା ସତେକି ଉପହସିତ  ।

ପ୍ରସ୍ତରର ରମ୍ୟ ରଚନା ର ଫର୍ଦ୍ଦ

ବଣିକ ଯେ ନିଏ ପଣ୍ୟ ପରି

ଚିତ୍ରୋତ୍ତଳନର ଆକର୍ଷଣୀ ଟାଣେ

ଲୁବ୍ଧକ ଭ୍ରମର ସରି   ।

ପ୍ରସ୍ତର ମର୍ମ ରେ ନଗ୍ନ ନର୍ତ୍ତକୀର

ଶବଳିତ ଦେହ କୋହ

ବ୍ୟଥାତୁର ଅବା ରଙ୍ଗ ରସେ ମୋହେ

ସେ କାମୁକ ବିଗ୍ରହ ।


Rate this content
Log in