Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Others

3  

Abhakanta

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
6.6K


ପ୍ରତୀକ୍ଷା

 

ଆଭାକାନ୍ତ ମହାନ୍ତି

 

ଆସିବ କହିଲ ବାଟ ଚାହିଁ ବର୍ଷ

       ବିତିଲା ବାଉଳା ବାଟେ,

କବିତା ଚରଚା ଚାନ୍ଦ ଚୁମିଥାନ୍ତା

       ଚାହିଁ ଚାହିଁ ବେଳ କାଟେ  ।

 

ନିର୍ଯାସରେ ନବ-ନିର୍ମାଣ ନୋହିଲା

       ନହକିଆ କଣ୍ଟ ଜାଣି,

ନାହାନ୍ତି ନରେଶ ନିଚ୍ଛାବର ହେବେ

       ନୁହେଁ ମୁଁ ତ ଯଦୁମଣି  ।

 

ପୀଠେ ପାଠକର ପିପାସା ପାଉନି

       ପୀୟୂଷିଆ ପଦ୍ୟାବଳୀ,

ପଣ୍ଡିତ ପାରିବାପଣ ପ୍ରଚାରୁଛି

       ପାହିଆ ପୀରତି ଗିଳି  ।

 

ବାହାବା ବରନ୍ତି ବଳ ବାଣ୍ଟି ବାଣ୍ଟି

       ଭିତିରିଆ ବାଡ଼ ବାଟେ,

ସୃଜନୀରେ ସର୍ବ ଶ୍ରଦ୍ଧା ସାଉଁଟିବା

       ଶୁକୁଟୁଛି ସର୍ବମୋଟେ  ।

 

ଅଗ୍ରଗାମୀ ଆଧୁନିକତା ଆହୁରି

       ଆଣିଛି ଅବୋଧ ଝଡ଼,

ଭାଷା-ଭଙ୍ଗିମାରେ ଭଉଁରୀ ଭରତି

       ଭାଙ୍ଗୁଛି ଭରସା ହାଡ଼  ।

 

ସାରା ସମୟ ତ ସରୁଛି ସାଉଁଟି

       ସ୍ୱାର୍ଥସିଦ୍ଧେ ସାଗୁଦାନା,

ସେଇଠି ସମାଜ ଶ୍ରୀବୃଦ୍ଧି ସାଜିବା

       ସଙ୍କୁଚିତ ହୁଏ ସିନା  ।

 

ନାହିଁ ନଥିବା ଏ ନଖରାମି ନଗ୍ରେ

       ନିର୍ମାଣୁଛି ନାଖରାଜି,

ପଦ୍ୟୁ ପରମ୍ପରା ପରାସ୍ତ ପାଉଛି

       ପାସୋରାରେ ପରା ହଜି  ।

 

ସମାଜସଜ୍ଜାରେ ପଦ୍ୟସାହିତ୍ୟର

       ଶ୍ରଦ୍ଧା ସାମନାରେ ଛିଡ଼ା,

ପୂର୍ବ ପଦ୍ୟେ ନବ-ପ୍ରତିଭା ପ୍ରଭୁତ୍ୱ

       ପର୍ଯ୍ୟାୟ ହେଉନି ଯୋଡ଼ା  ।

 

ବଚସାରେ ବଞ୍ଚି-ରହିବାଠୁଁ ବରଂ

       ବୁଦ୍ଧି ବାଣ୍ଟ ବାସ୍ତବରେ,

ବିଧି ବ୍ୟବିଚ୍ଛଦେ ବୁଝିବ ବିବିଧେ

       ବର୍ଦ୍ଧିତର ଅଙ୍ଗୀକାରେ  ।

 

ବଳ ବିବଶରେ ବାହୁନିବ ନାହିଁ

       ବେସରମେ ବହୁଭାବେ,

ଅବସୋସ ଏବୁ ଅଡ଼ାଅ ନରହି

       ଅହଂକାର ପ୍ରାଦୁର୍ଭାବେ  ।

 

ସୀମିତ ସମୟେ ସାମର୍ଥେ ସମାଜ

       ସଜାଅ ସର୍ବ ଶ୍ରଦ୍ଧାରେ,

ସାର୍ଥକ ହୋଇବ ତୁମ ସୃଷ୍ଟି ସ୍ଥିତି

       ସ୍ରଷ୍ଟା ସୃଜନୀୟ ଧାରେ  ।

 

ଅନାଇ ରହିଛି ଆସି ଆଲୋଚନେ

       ଅଜାଡ଼ିବ ଅଭିମତ,

ଆଲୋଡ଼ନେ ଆଗେ ବାଟ କି ଅବାଟ

       ଆଙ୍କିହେବ ତ ଅନ୍ତତଃ  ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in