Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ସେଦିନ ହଜିଛି ସେଦିନ ଭିତରେ

ସେଦିନ ହଜିଛି ସେଦିନ ଭିତରେ

1 min
6.6K


ସେଦିନ ହଜିଛି ସେଦିନ ଭିତରେ

 

ଆଭାକାନ୍ତ ମହାନ୍ତି

 

ସେଦିନ ହଜିଛି ସେଦିନ ଭିତରେ

       ଆଜି ଖାଲି ଶୂନ୍ୟତାର

ସବୁଜିମା ସାଥେ ମଳୟ ହୋଇଛି

       ଆଜିରୁ ବହୁତ ଦୂର । ୦ ।

 

ସେଦିନରେ ସବୁ ଚଇତ, ଆଷାଢ଼

       ବସନ୍ତ ପାଲଟୁଥିଲା

ଆଜିର ବସନ୍ତ ପାଲଟୁଛି ଖାଲି

       ମରୁର ତପତ ହୁଳା

ପତର କରମ ପାଲଟିଯାଇଛି

       ଗାଧୁଆ ତୁଠ ପଥର । ୧ ।

 

ସେଦିନର ଯେତେ କଳପନା ଆଜି

       ସତରେ ଯାଇଛି ହଜି

ଆଜି ମୁଁ ଜୁଇର ପାଉଁଶ ଆଡ଼େଇ

       ସେଦିନକୁ ହୁଏ ଖୋଜି

ମରୀଚିକା ପଛେ ଧାଇଁ ବି ଜାଣିନି

       ଧାଉଁଛି ଥରକୁ ଥର । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in