Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya Mahala

Inspirational Tragedy

3  

Ajaya Mahala

Inspirational Tragedy

ବୋଉ ଲୋ

ବୋଉ ଲୋ

1 min
6.5K


ବୋଉ ଲୋ

ଏଠି ସବୁ ଭଲ ||


ମୁଁ କାନ୍ଦୁନି

ସବୁ ମିଳିଯାଉଛି

ମୋତେ ସହଜରେ

ଧାଡ଼ିରେ ଠିଆ ହେବାକୁ ପଡୁନି ମୋତେ

ଶ୍ରାବଣର ଝଡ଼ିରେ

ଅବା ଅମାବାସ୍ୟା ଅନ୍ଧାରରେ

ଗୋଡ କାଢୁନି ମୁଁ

ଅସହାୟ ହୋଇ ଛିଡା ହେଉନି

ଅପନ୍ତରା କେଉଁ ଅଜଣା ରାଇଜେ ||


ଶୁଣିବାକୁ ପଡୁନି ମାଲିକର ଗାଳି

ଏକୁଟିଆ ନୁହେଁ ମୁଁ

ମୋ ଚାରିପଟେ ମୋ ଅନେକ ନୂଆ ସାଙ୍ଗ

ଏଠି ନାହିଁ ବିଡି ସିଗାରେଟ

ଭଣ୍ଡ ତାନ୍ତ୍ରିକ ଓ ବାବା

ମନକୁ ବଶ କରିନେଉଥିବା କେଉଁ କୁହୁକିନୀ

ଗାଡି ଘୋଡା ଡର ନାହିଁ

ପିଚୁ ଉପରକୁ ନ ଚଢି ମୁଁ ବାଟ ଚାଲୁଛି ||


ମୁଁ ଫେରି ଆସୁଛି ସଅଳ

ରାତିରେ ଘରକୁ

ଏଠି ବାତ୍ୟା ନାହିଁ

ଏଠି ବନ୍ୟା ନାହିଁ

ଅଜଣା ରୋଗରେ ମରୁଥିବା ଖବରରେ

ମୋ ସହରର ନାଁ ନାହିଁ ||


ମା' ଲୋ

ତୁ ଗଲା ପରେ

ମୁଁ ଜିଇଛି

ତୋର ସେହି ବାରମ୍ବାର

ପାପ ଛୁଁ ଥିବା ମନ ଟିରେ ||


Rate this content
Log in

Similar oriya poem from Inspirational