Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Inspirational

2  

Bhakta Malla

Inspirational

କାଳିଆରେ ତୋତେ କି'ଯାଦୁ ଜଣା

କାଳିଆରେ ତୋତେ କି'ଯାଦୁ ଜଣା

1 min
7.2K


କାଳିଆରେ ତୋତେ କି'ଯାଦୁ ଜଣା

ଥରେ ତୋ' ଆଖିରେ

ଆଖି ମିଶି ଗଲେ --

ଆଖିର ପଲକ ନପଡେ ଜମା ।

ଗୋଡ ହାତ ନାହିଁ ମାଦଳ ଦିଅଁ

କଳା ଜର ଜର କାଳିଆ ମୁହଁ

ଞାନୀ ଭଗତଙ୍କ ଚେତା ବୁଡିଯିବ

ଥରେ ତୋ ସାଥିରେ ହେଲେ ଭେଟଣା ।

କାଠ କଣ୍ଢେଇ ତୁ କାଠ କଣ୍ଢେଇ

ଖେଳା ହେଉଛୁ ନା' ଖେଳୁଛୁ ତୁହି

ନିଜ ଇଚ୍ଛାରେ ତୁ ଜଗତ ଘୁରୁଛୁ-

ତୋ ଇଚ୍ଛାରେ ଏଠି ଘୁରୁଛି ମହୀ ।


ଜାତି ନାହିଁ ତୋର ଗୋତ୍ର ବି ନାହିଁ

ଛୁଆଁ ଅଛୁଆଁର ଭେଦ ବି ନାହିଁ

ଆଜି ଯାତ୍ରା ତୋର ଗୁଣ୍ଡିଚା ମନ୍ଦିର

ରଥରେ ପତିତ ଦର୍ଶନ ଦେଇ ।


Rate this content
Log in

Similar oriya poem from Inspirational