Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Romance

3  

SARATA KUMAR DAS

Romance

ନୀଳ ପ୍ରେମିକା

ନୀଳ ପ୍ରେମିକା

1 min
5.6K


ନୀଳ ନୀଳ ତୁମ ଚାହାଣୀ ଝଟକେ

ନୀଳ ଆକାଶର ପକ୍ଷୀ

ନୀଳ ନୟନା ଗୋ ନୀଳ ପ୍ରେମ ତୁମ

ଜନ୍ମଜନ୍ମାନ୍ତର ସାକ୍ଷୀ ।।

ନୀଳ କୁଂଜବନେ ପ୍ରଣୟୀ ରାଧିକା

ନୀଳ ନୀଳ ଅଭିସାର

ନୀଳ ସାଗରର ମୂର୍ଚ୍ଛନା ତୁମେ ଗୋ

ମୁଁ ତୁମ ମୁରଲୀ ସ୍ବର ।।

ନୀଳ ତପୋବନେ ନୀଳ ତପସ୍ଵିନୀ

ତୁମେ ମୋ ତପସ୍ୟା ଫଳ

ନୀଳ ଗଗନ ର ନୀଳ କାଦମ୍ବିନୀ

ମୁଁ ତୁମ ଅଶ୍ରୁର ଜଳ ।।

ଛୁଇଁ ଯାଏ କେବେ ଓଠ ମୋର ତୁମ

ନୀଳ ନୀଳ ଉପତ୍ୟକା

ନୀଳ ଓଠ ଧାରେ ହସର ପାଖୁଡା

ଝରିପଡେ ଏକା ଏକା ।।

ବର୍ଷା ବସନ୍ତର ସାଥୀ ତୁମେ ମୋର

ନିଦାଘର ନୀଳ ଛାଇ

ନୀଳ ନୀଳ ତୁମ ନୀଳ ଆକର୍ଷଣ

ସ୍ମୃତି ତୁମ ନୀଳ କଇଁ ।।

ଇନ୍ଦ୍ରଧନୁ ଖେଳେ ସାତରଂଗ ଧାରେ

ଝଲମଲ ନୀଳ ତନୁ

ନୀଳ ବର୍ଣ୍ଣ ତୁମ ପାର୍ବଣ ପସରା

ଲିଭାଇଛି ବ୍ୟଥା ମନୁ ।।

ସୁନା ଝରା ତୁମେ ମୋତି ଝରା ତୁମେ

ନୀଳ ଉପବନ ଲତା

ନୀଳ ପଦ୍ମ ତୁମେ ସଦା ଢଳ ଢଳ

ସାଗର ଗର୍ଭରେ ମୁକ୍ତା ।।

ପୁନେଇଁର ଚାନ୍ଦ ଝରାଏ ଜୋଛନା

ନୀଳ ନିଳୟର କୋଳେ

ନୀଳ ଚିଠି ତୁମ ନୀଳ ଲଫାପାରେ

ସ୍ମୃତିର ସ୍ତବକ ତୋଳେ ।।

ଶରତ କୁମାର ଦାସ


Rate this content
Log in

Similar oriya poem from Romance