Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Tragedy

2.5  

Sadananda Sahoo

Tragedy

ଫୁଲେଇ ଫୋନି

ଫୁଲେଇ ଫୋନି

1 min
372


ଫୁଲେଇ ଫୋନି 

- - - - - - - - - - - - - - - - - - - - -- - - - - - - - - - - - - - - - - - - -

ଫୋନି ଫୁଲେଇ ତୁ' ଏତେ ଓଲେଇ ଲୋ 

  ଲଙ୍ଘିଲୁ ଶ୍ରୀକ୍ଷେତ୍ର ଧାମ , 

ଜାଣିକି ନଥିଲୁ ଜଗନ୍ନାଥ ଦେଶ 

 ଏକିକଲୁ  ହୀନକର୍ମ ! ! 

    

ଫୋନି ମହାବାତ୍ୟା ଆସିଲା ଅଗତ୍ୟା 

  ରଚିଲା ତାଣ୍ଡବ ଲୀଳା , 

ଓଡ଼ିଶା ଭୁଖଣ୍ଡେ କରାଳ ରୂପରେ 

  ବୁଡ଼ାଇଲା କେତେ ଭେଳା !?! 


ଫୋନି ଭାଇ ବନ୍ଧୁ ବୁଲିକି ଗଲେଣି 

   ହୁଡହୁଡ  ଫାଇଲିନି , 

ତିତିଲି ଭଉଣୀ ନଗଦ ଯାଇଛି 

   ଉଡେଇ ପଣତ କାନି ! ! 


ଉତ୍କଳ ପ୍ରଦେଶ ଜଗନ୍ନାଥ ଦେଶ 

   ବାତ୍ୟାର ସମର କ୍ଷେତ୍ର , 

ମହାଯୋଦ୍ଧା ବାତ୍ୟା ହାରିଛି ସର୍ଵଦା 

   ଦେଖିଛି ଏ'ଜନ ନେତ୍ର ! ! 


ବିକଟ ଉତ୍କଟ ଫୋନିର ପ୍ରଭାବ 

    ପ୍ରତିଶୋଧ ପରାୟଣ , 

ତଥାପି ଉତ୍କଳ କଲାନି ଭୃକ୍ଷେପ 

   ସୁମରିଲା ନାରାୟଣ ! ! 


ପବିତ୍ର ଶ୍ରୀକ୍ଷେତ୍ରେ ଫୋନିଟା ପ୍ରବେଶେ 

    ସଂହାର କରିବାପାଇଁ , 

ଆମ ମହାପ୍ରଭୁ କୃପାମୟ ବିଭୁ 

   ଦେଲେ ତାକୁ ଘଉଡେଇ ! ! 


 ବୃକ୍ଷ ରାଜି ନଷ୍ଟ କଲା ଫୋନି ସତ 

   ଶ୍ରୀହୀନ ଦିଶୁଛି ଭୂମି , 

ଝାଟିମାଟି ଘର କଲାତ ସଂହାର 

   ଚତୁର୍ଦିଗେ ଭ୍ରମି ଭ୍ରମି ! ! 


ବିଦ୍ୟୁତ ଖୁଣ୍ଟକୁ ଫିଙ୍ଗିଲା ଦୂରକୁ 

   ଛିଣ୍ଡାଇଲା ଶକ୍ତ ତାର , 

ଦୂରଭାଷ ସେବା ଅଚଳ ହୋଇଲା 

   ବଡ଼ ଦୁଃଖ ଉତ୍କଳର ! !

  

ବୈଷୟିକ ଯୁଗେ ଆଭାଷ ସରାଗେ 

    ଆଗୁଆ ସୂଚନା ମିଳେ , 

ବାତ୍ୟାର ପ୍ରକୋପ କେତେ ତା'ର ବେଗ 

     ଯନ୍ତ୍ରତନ୍ତ୍ର  ଆକଳନେ ! ! 


ଆଗୁଆ ପ୍ରସ୍ତୁତି ପ୍ରସାଶନ ନୀତି 

   ଡାକେ ଡାକବାଜି ଯନ୍ତ୍ର , 

ତଟ ପ୍ରାନ୍ତଦେଶ ନୁହେଁ ସୁରକ୍ଷିତ 

  ହେଜ ସର୍ବେ ଗୁରୁ ମନ୍ତ୍ର ! ! 


ଆସୁ ଯେତେ ଫୋନି କିଛିବି'ହବନି 

   ରହିବା ଯଦି ସତର୍କ , 

ସୁଦୃଢ଼ କୋଠାରେ ରହିବା ସରାଗେ 

    ନକରି କିଛି ବିତର୍କ ! ! 


ହେ' ଜଗତ ପତି ଶିରୀକ୍ଷେତ୍ର ବାସୀ 

   କୋଟି କୋଟି ପ୍ରଣିପାତ , 

ନ'ଆସୁ ଏ'ବାତ୍ୟା ଉତ୍କଳ ବିଧାତା 

    ହସିବ ଉତ୍କଳ ମାତ ! ! 


ଆହେ ଜଗନ୍ନାଥ ବିଷମ ଏ'ଚିତ୍ର 

    କଳ୍ପବଟ ପ୍ରଭାବିତ , 

ଉଦ୍ଧତ ଫୋନିଟା ପାପ ଅରଜିଲା 

   କର୍ମଫଳ ଭୋଗିବତ ! ? ! 

  


ସଦାନନ୍ଦ ସାହୁ , କାରା କର୍ମଚାରୀ , 

ଚୌଦ୍ଵାର , କଟକ , ! ! 



Rate this content
Log in