ଜୀବନ ଗୀତା- ୬୭
ଜୀବନ ଗୀତା- ୬୭
1 min
6.4K
ଜୀବନ ଗୀତା- ୬୭
ଆଞ୍ଜୁଳାଏ ଆଲୁଅକୁ
ଅମାରାତି ଅନ୍ଧାର
ଦିକିଦିକି ଜଳୁଥାଏ
ସଳିତା ଜୀବନର ॥୦॥
କେତେ ଝଡ କେତେ ଝଞ୍ଜା
ଦିଏ ଛାତି ଥରାଇ
ଲିଭୁଲିଭୁ ଜଳେ ପୁଣି
ଆଲୁଅ ସେ ଖେଳାଇ
ଛାତି ପାତି ସହେ ନିତି
ଆକ୍ରୋଶ ନିୟତିର ॥୧॥
କେତେ ଘାତ ପ୍ରତିଘାତ
ଆଶା ଆଉ ନିରାଶା
ମାଡିଆସେ ଚାରିଆଡୁ
କରିଦେଇ ହତାଶା
ଆତ୍ମବଳ କରି ଠୁଳ
ଜଳେ ହୋଇ ନିଡର ॥୨॥