Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ମୋ' ପ୍ରିୟା ଗୁଣ ଅସରା

ମୋ' ପ୍ରିୟା ଗୁଣ ଅସରା

1 min
6.6K


ଲାଜରେ ମୋ' ପ୍ରିୟା
ଝାଉଁଳିବା ବେଳେ
ଆଖି ତା'ର କୁହେ
ମୃଦୁ ମୃଦୁ ମନ କଥା ।

ଲାଜେଇ ଗଲେ ବି
ନରମି ନରମି
ସରମେ ସଜାଏ
ମରମ ସଞ୍ଜ ସଳିତା ।

ପ୍ରୀତି ସଳିତାରେ
ଲାବଣ୍ୟ ଲହୁଣୀ
ତରଳି ତରଳି
ପ୍ରାଣରେ ପ୍ରଣୟ ଢାଳେ ।

ମଧୁ ପରଶରେ
ହସର ଅଧରେ
ଆପଣେଇ ନିଏ
ଅମୃତ ଆକାଂକ୍ଷା କୋଳେ ।

ଏତେ ବିଚକ୍ଷଣ
ମୋ'ପ୍ରିୟା,ନିପୁଣ,
ନମ୍ର,ନୈସର୍ଗିକ,
ସାବଲୀଳ ଚିନ୍ତାଧାରା ।

ମନ୍ଦ ମଳୟ ବି
ପରାଜିତ ହୁଏ
ଧୀର ପଣିଆରେ
ମୋ'ପ୍ରିୟା ଗୁଣ ଅସରା ।

ମୁହଁରେ ମୁହଁରେ
ପ୍ରଶଂସା ବଖାଣେ
ମୁହଁରେ ମୁହଁରେ
ଗାଇଯାଏ କେବେ ନିନ୍ଦା ।

ମୋ'ରି ପ୍ରଶଂସାରେ
ନାଚେ ସେ ଖୁସିରେ
ନିନ୍ଦାରେ ହୁଏ ସେ
ଅଳପ ଅଳପ ମାନ୍ଦା ।

ପ୍ରିୟା ପାଇଁ ପଦେ
ମଧୁର କଥାରେ
ଶୁଖିଲା ଓଠରେ
ମହୁ ପରି କଥା ଝରେ ।

ପାଟ ଓଢଣୀରେ
ପ୍ରଣୟିନୀ ସାଜି
ରାତି ଉଜାଗରେ
ଉଙ୍କିମାରେ ପୁଲକରେ ।

ଲାଜ ଓ ନମ୍ରତା
ନାରୀ ସୁଲଭତା
ସ୍ବର୍ଗୀୟ ସମ୍ମାନ
ଶ୍ରେଷ୍ଠ ଅଙ୍ଗ ଆଭୂଷଣ ।

ସର୍ବାଗ୍ରେ ସମ୍ମାନ
ଅଧିକାରିଣୀ ସେ
ସମାଜେ ତାଙ୍କର
ରହୁ ସଦା ଉଚ୍ଚ ସ୍ଥାନ ।


Rate this content
Log in