Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Romance

4.3  

pratap nayak

Romance

ସପନ ଦୋଳି

ସପନ ଦୋଳି

1 min
232


ପ୍ରତାପ ନାୟକ

୭୦୦୮୦୫୪୨୮୨


ନିଶ୍ଚୟ ସେ ବୁଣାକାର ଆଣିଥିଲା

ସପନର ଦୋଳି

ଝୁଲିବାର ଥିଲା ମୋର

ଏକା ତୁମ ସହ

ହେଲେ ନିଦ ଭାଙ୍ଗିଗଲା କିଆଁ

ଝାଳୁଆ ମନ ମୋର

କିରଣ ଛଡା ମୃଦଙ୍ଗ ପରି

ତେଲିଆ ଛିଡା ଛିଡା ଋମମୂଳ

ମହମରେ ଗାଧୋଉଛି ସିଏ

ସଂଭୋଗର ନିଆଁ

ମୋ ଦେହେ ଜାଳିଦେଇ ଗଲା କିଆଁ

ଋପସି ଋପବତୀ

ଖିଲିଖିଲି ହସୁଥିଲା

ପରି ରାଇଜରୁ

ପଖୀ ଲଗା ମନପବନ ଘୋଡା

ବତୁରା ଆକାଶ ଛାତିରୁ

ଗନ୍ଧ ବାରିବାର ବେଳ

କିଆଁ ସରମରେ ପୋତିଥିଲା ମୁହଁ

କବରୀ ଫିଟେଇ ରଜାଝିଅ

ଭସେଇଲା ଯେ ଭସେଇଲା ବେଣୀ

ବୁଢୀ ଅସୁରୁଣୀ ବାଇଆଣୀ ହେଲା

ସପନ ଦୋଳିରେ ନବସୁଣୁ

କିଆଁ ମୋର ନିଦ ଭାଙ୍ଗିଗଲା

କିଆଁ ମୋର ନିଦ ଭାଙ୍ଗିଗଲା


Rate this content
Log in

Similar oriya poem from Romance