ଆଖି-ଶାମୁକାରେ ମୋର
ଆଖି-ଶାମୁକାରେ ମୋର
ଆଖି-ଶାମୁକାରେ ମୋର
ଆଭାକାନ୍ତ ମହାନ୍ତି
ଆଖି-ଶାମୁକାରେ ମୋର କଅଁଳଇ ଲୁହ-ମୋତି
କୁହ କିଆଁ ସେ ମୋତି ତରଳ
ଜାଣି ବି ଜୀବନଛନ୍ଦେ ଶବ ପାଶେ ବତି ଜାଳେ
ଅଭିସାରେ ଡହକ ପରଳ । ୦ ।
ହୃଦୟର ଅନୁରାଗେ ଏବେ ପଡ଼ି ମନେ ଜାଗେ
ସପନ ଗାଧୁଆ ସେଇ ମନ
ବାଟଭୁଲା ବାଟୋଇର ତଥାପି ହୃଦ ବିଭୋର
ଭାବି ସେଇ କିଶୋରିଆ ଦିନ
ମାନୁଛି ମନାରେ ତୁମ ମାନି ତୁମ ଶେଷକଥା
ପିଇବିନି ସ୍ମୃତିର ଗରଳ । ୧ ।
ଆଉ ତ ଅଳପ ବାଟ ଆସିବ ଅନ୍ଧମୁହାଣ
ଅସୀମ ବି ହେବ ସୀମାବଦ୍ଧ
ହାତେ ଗଡ଼ିଗଲେ ଚକ ସ୍ମୃତି ବି ସରିବ ଶୂନ୍ୟେ
ସମୟ ବି ସାଜିବ ବେସୁଧ
ଜାଗତିଆର ଜୀବନ ଛୁଉଁ ବି ନଭ ବିତାନ
ଭଜିବହିଁ ଲହରୀ କରାଳ । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****