କାହା ପାଇଁ ହଜେ ପାଦର ନୁପୁର
କାହା ପାଇଁ ହଜେ ପାଦର ନୁପୁର
ମହାସ୍ମୀତା
କାହା ପାଇଁ ହଜେ ପାଦର ନୁପୁର
କାହା ପାଇଁ ହଜେ ମୁଁ
ପ୍ରୀତି ମଧୁଶାଳେ ଖୋଜୁଛି ମୁଁ ବସି
ମିଠା ମହକର କୁହୁ
କଥା ଦେଇଥିିଲ ଆସିବା ପାଇଁ କି
ଏଇ ମୋର ମନପୂରେ
ବାଟ ଭୁଲି କିମ୍ବା ରହିଗଲ କାହିଁ
ଆଉ କେଉଁ ପ୍ରୀତି ପୂରେ
ଅଭିସାରିକା ମୁଁ ଅନାଇ ବସିଛି
ତୁମ ଫେରିବା ପଥକୁ ଚାହିଁ
ଯେତେ ବୁଝାଇଲେ ଅବୁଝା ମନ ମୋ
ଜମା ସେତ ବୁଝେ ନାହିଁ।