Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୩୦୬

ଜୀବନ ଗୀତା-୩୦୬

1 min
156


ଜୀବନ କେବେ ଫୁଲ ପରି ଫୁଟେ

କେବେପୁଣି ବୋମା ପରି

ସବୁ ଫୁଟିବାରେ ସୃଜନ ନଥାଏ

ମରଣ ବି ଥାଏ ଭରି ॥୦॥

ସବୁରି ଜୀବନେ ସଂଭାବନା ଥିବ

ଏମିତି ତ ମୋଟେନୁହେଁ

ସବୁରି ଜୀବନେ ମରଣ ଆସିବା

ଚିରନ୍ତନ ସତ୍ୟ ଟିଏ

ଜୀବନ ଥିଲେ ଜିଜୀବିଷା ଥାଏ

ବଂଚିବାର ଅଭିଳାଷ ଯାଉଥାଏ

ଦିନୁଦିନ ବଢିବଢି ॥୧॥

ଜୀବନ ମାୟାରେ ପଡିଗଲେ ଥରେ

ମରଣକୁ ଲାଗେ ଭୟ

ଆସିବ ଆସିବ ବୋଲିକି ମରଣ

ମନକୁ କରେ ଅଥୟ

ଅଥୟ ମନ ଦେଖଇ ସପନ

ଜିଇଁବାର ପିପାସା ତ ଯାଉଥାଏ

ମଲାବେଳେ ବଢିବଢି ॥୨॥




Rate this content
Log in

Similar oriya poem from Inspirational