ଜୀବନର ଅବସ୍ଥା
ଜୀବନର ଅବସ୍ଥା
ଜୀବନ ଯୌବନ ଧନ ସମ୍ପତ୍ତି ।
ଅଟେ ପରା କ୍ଷଣ ସ୍ଥାୟୀ ।।
ଏକୁ ଏକ ବଳିଆର ଆସେ ଜୀବନର ।
ତାକୁ ନେଇ ଗର୍ବ କରିବ ଯେ ନାହିଁ ।।
କ୍ଷଣ ଭଙ୍ଗୁର ଏ ମନୁଷ୍ୟ ଜୀବନ ।
କେତେବେଳେ ଯିବ ଚାଲି ।।
କାହାକୁ ନିଜର ଭାବି ଗର୍ବ କରିବ ।
ଆଜି ଯିଏ ରଜା କାଲି ଫକିର ନହେବ ବୋଲି ।।
@ ସୁସିଲ୍ ପାଣି