Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଆମ ପାର୍ବଣ ଋତୁ

ଆମ ପାର୍ବଣ ଋତୁ

1 min
7.0K


ସଳଖ ସୁନ୍ଦର ଭେଣ୍ଡା ଦଳେ

ଦେଶର ଭବିଷ୍ୟ ସିଏ କାଳେ

ପାର୍ବଣ ଋତୁଟି ଆସେ ତାଙ୍କ ପାଇଁ

ଶୋଷନ୍ତି ମାଉଁସ ପଳେ ପଳେ ।

ଗଣେଶ ପୂଜନ ଆସିଗଲା

ଚାନ୍ଦା ଆଦାୟଟି ଦିଶିଗଲା

ରାସ୍ତାରେ ବଅସ ଟ୍ରକ୍ ଅଟକାଇ

କଲେ ଡେଲି ଡେଲି ସେ ଝାମେଲା ।

ବସ୍ତିରେ ବୁଲିଲେ ମାଳ ମାଳ

କବାଟ ବାଡେଇ ଘର ଘର

କହିଲେ ଏସନ ଘମାଘୋଟ ପୂଜା

ଚାନ୍ଦା ଦେଇଦବ ଦି ହଜାର ।

ପୂଜା ପେଣ୍ଡାଲରେ ଚକମକ

ଡିଜେ ବାଜେ କାନ ଧକଧକ

ପୂଜା ପାଠତକ ସ୍ୱାହା ସ୍ୱାହା କରି

ବ୍ରାହ୍ମଣ ଧାଇଁଲା ଆର ଥାକ ।

ପାଂଚ ଦିନ ପରେ ବିସର୍ଜନ

ଭକତିରେ ଗଦଗଦ ମନ

ଟାଂକେ ପିଇ ସୋଟେ ଚିଲମ ମାରିକି

ଗଡିଲେ ରାସ୍ତାରେ ଡିଜେ ତାନ ।

ଟ୍ରାକ୍ଟର ଉପରେ ମୂର୍ତ୍ତି ରଖି

ପଛରେ ମଦବାରେଲ ସାଖି

ନାଗିନ୍ ନାଚରେ ସାର୍ଟ୍ ପ୍ୟାଣ୍ଟ୍ ଚିରି

ହେଉଥାନ୍ତି କେତେ ନିରିମାଖୀ ।

ବ୍ରିଜ୍ ମଝିରେ ଗାଡି ଥୋଇ

ପେଲିଲେ ମୂର୍ତ୍ତିକୁ ମଝି ନଇ

ଗଣପତି ବାପା ମୋରିଆ ଡାକିକି

ନଇକୁ ଡେଇଁଲେ ଧଇଁ ସଇଁ ।

ପହଁରା ଶିଖିନି ଗୋଟେ ଟୋକା

ଗଂଜେଇ ନିଶାରେ ହକାବକା

ଗଭୀର ନଦୀରେ ବୁଡି ଯାଉଯାଉ

ବିକଳେ ଗଣେଶ ଦେଲା ଡକା ।

ଆହୁରି ତଳକୁ ଗଲା ବୁଡି

ଗଣପତି ବସିଛନ୍ତି ମାଡି

କହିଲେ ମୋରିଆ ମୋରିଆ ଡାକୁଛ

ମରିଯା’ ଶୁଭୁଛି ମତେ ଭାରି ।

ଗଣପତି ଶୁଣାଇଲେ ବାଣୀ

ଆର ଜନମ ଭିନ୍ନ କାହାଣୀ

ଚାଂଦା ପଇସାରେ ପୂଜା ମୋର କଲେ

ଏମିତି ପାଣିକୁ ନେବି ଟାଣି ।

ସ୍ୱପ୍ନ ଭାଂଗିଗଲା ସେ ଟୋକାର

ସାଥୀ ପିଲା ଡାକି କଲା ମେଳ

କହିଲା ଏଥର ଗଣେଶ ପୂଜନ

କରିବା ସମ୍ପୂର୍ଣ୍ଣ ନିରାଡମ୍ବର ।

ଚାଂଦା ଆଦାୟର ଯେତେ ଧନ

କେରଳ ବନ୍ୟାକୁ ଦେବା ଦାନ

ଶାନ୍ତିରେ ଶୋଭାଯାତ୍ରା କରି ଆମେ

ଠାକୁର କରିବା ବିସର୍ଜନ ।

ଅକରମା ଦାନୀ ସଦାଶିବ

ବାଘ ଛାଲ ପିନ୍ଧି ବସ୍ତ୍ର ଦେବ

ଏପରି ଦେବତା କିଏ ଅଛି ଆଉ

ବିଷ ପିଇ ନୀଳକଂଠ ହେବ !

ତାଙ୍କରି ବଉଂଶ ପୂଜା ଥାକେ

ଗଣେଶ ଠୁ ଦଶହରା ଯାକେ

କାଳୀ ପୂଜା ପୁଣି କାର୍ତ୍ତିକ ମେଳନ

ସର୍ବସାନ୍ତ ନକରିବା ଯାକେ !!


Rate this content
Log in