Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଭାଇ ଭଉଣୀ

ଭାଇ ଭଉଣୀ

1 min
7.1K


ଯଦି ନାହିଁ ରାଗ ଅବା କିଛି ଅଭିମାନ

ଅଛି କି ସେଥିରେ ଭାଇ ଭଉଣୀର ସ୍ଥାନ? (1)


ଭଉଣୀ ଋଷିଲେ ଭାଇ ତାକୁ ଆଉଁସିବ

ଯଦି ନ ହୋଇଲା କାହିଁ ଭାଇ ଭଗ୍ନୀ ଭାବ?(2)


ଭାଇ ରାଗ କଲେ ଭଗ୍ନୀ ଯଦି ନ କାନ୍ଦିଲା

କୁହ ତେବେ ସ୍ନେହ ପ୍ରେମ କୋଉଠି ରହିଲା?(3)


ଭଉଣୀର ଅଳି ଯଦି ଭାଇ ନ ଶୁଣିଲା

ଭାଇର ମହତ ତେବେ ଗଲା ନା ରହିଲା?(4)


ଭଗ୍ନୀ ବାଧା ବିଘ୍ନ ଭାଇ ନ କରିଲେ ଦୂର

 କି ଭାଇ ସେ ହେବ କିଏ ଭଉଣୀ ତାହାର???(5)



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in

Similar oriya poem from Inspirational