Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଆଶୁତୋଷ

ଆଶୁତୋଷ

1 min
13.1K


ବନ୍ଧୁକ ! ମୁଁ ଭଷ୍ମାସୁର ନା କଳା ନା ଧଳା ।

ବନ୍ଧୁକ,

କିସମ ରୂପ ମୋ ଅନେକ,

ମାନବ ତିଆରି ଭଷ୍ମାସୁର,

ମାନବିକତା ବିରୁଦ୍ଧରେ

ହୁଏ ମୋ ପ୍ରୟୋଗ,

ଜାଣେନି କିଏ ?

ମୋ ଆପଣାର ଆଉ ପର,

ଯାହାହାତରେ ଥାଏ

କହେ ତା କଥା

 ପଚାରେ ନି ବି ତାକୁ

ତା ଚରିତ୍ର

ଅବା

ନ୍ୟାୟ ଅନ୍ୟାୟ,

ଧର୍ମ ଅଧର୍ମ,

ସତ୍ୟ ଅସତ୍ୟ,

ଚାଳକ ହାତର

ତୁଚ୍ଛ ଖେଳନାଟିଏ

ସମ୍ପୂର୍ଣ୍ଣ ନିର୍ଭରଶୀଳ । (୧)

କମ ହୁଅନ୍ତି

ଆଜିକାଲି

ମୋ ଲାଗି ଶହୀଦ,

ବହୁଳ ଭାବେ ବ୍ୟବହୃତ ରାଜନୀତି,

ବୈଦେଶିକ ନୀତି,ପ୍ରସ୍ତୁତ ଯୁପକାଠ

ଯେ ମୋ ଘର ,

ମଣିଷ ତିଆରି ଖେଳନା,

ଭୀଷଣ, ବିଷମ ,ପ୍ରଚଣ୍ଡ,

ଦାରୁଣ ,ନିର୍ମମ

ମୋ ପ୍ରହାର ବନ୍ଧୁକ -ମୁଁ ଭଷ୍ମାସୁର -ନା କଳା ନା ଧଳା । (୨)

 


Rate this content
Log in