ଵିଗତଯୌଵନେ କେମିତି ଲେଖିବି
ଵିଗତଯୌଵନେ କେମିତି ଲେଖିବି
ପ୍ରେମ କଵିତା ବି ଲେଖିଥିଲି ପିଲା ବେଳେ
ଏବେ କେବେ କେବେ ମନେ ପଡେ ମୁହଁ ଅନ୍ଧାରେ,
କେବେ ବା ଶୀତ ସକାଳେ ମୋର ପୁରୁଣା ଖାତା ଟି ଏକା ଏକା କାଢି ପଢେ |
କର୍ମ-କଷଣ ଚାପରେ ଦିଵସ ରାତି ଚାରି ଦଶନ୍ଧି କଲି ଅଜ୍ଞାତଵାସ
ଅଵସରେ ଏବେ ଵିଗତ ମୋ ଯୌଵନେ ପୁଣି ଲେଖିବି କଵିତା, କରିଛି ଦୁଃସାହସ |
ଵଗ୍ଦେଵି ମା ତୁମରି ଚରଣ ଧୂଳି - କଣିଚାଏ ଏଇ ଵିଦାୟ ବେଳେ ଯେ ଦେଲ, କୋଟି କୋଟି ଘେନ ପ୍ରଣାମ ଏ ଅଧମର,
ହେଲେ - ଯୌଵନ ଗତେ ହତ-ବସନ୍ତେ ପାରିବି କି ଲେଖି ଗୀତ ମନଲାଖି, ଏବେ ଯା ଲେଖୁଛି ଦିନେ କାଳେ କିଛି,
ମୁଁ ଜାଣେ ସେଥିରେ କଣ୍ଟା ବହୁତ କାଁ ଭାଁ ଥିଲେ ଥିବ ଗୋଟେ ଅଧେ ଫୁଲ |
ଉତ୍କଳଵାସୀ ମୋ ପ୍ରିୟ ପଡୋଶୀ ତୁମ ମନ ଖୁସି କରିବାର ଅପଚେଷ୍ଟା କରୁଅଛି ଏବେ,
ନ ଧରିବ କେବେ,
ହେଲେ ରୁଚିହୀନ ମୋ କଵିତାମାନ ମୁ ଏକ ସାମାନ୍ୟ ଜନ ଗୁଣହୀନ କହି ରଖେ ଶୁଣ,
ମୁଁ ନୁହଁ ସାହିତ୍ୟ-ସ୍ରଷ୍ଟା |