Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ଶୀତ ଅଛି

ଶୀତ ଅଛି

1 min
12.8K


******* ଶୀତ ଅଛି ******
ଶୀତ ଅଛି
କାକର ଠୋପାର ଚହଲରେ
ରେଶମୀ ଚାଦର ଉଷୁମରେ
ନିଦୁଆ ଦେହର ଅଳସରେ
ପହିଲି ଚା'ର ବିକଳରେ ।

ଶୀତ ଅଛି
ଦାଣ୍ଡ ଅଗିରାର ଲହଲହ ଶିଖାରେ
ମାଳିଆ ବୁଢାର ଖୋଲା  ପିଠିରେ
ସୁମିଅପାର ଗାଧୁଆ  ହଳଦୀରେ
ଫେରନ୍ତା ଗୋଠର ଗୋଧୂଳିରେ ।।

ଶୀତ ଅଛି
ଝୁମା ପାଗେଳିର ଅଶ୍ରାବ୍ୟ ଗାଳିରେ 
ବୁଢ଼ୀ ଆଇର ସୁମରଣାରେ
ନୂଆବୋଉଙ୍କ ତରତରରେ
ମାଆ ହାତର ପରଷାରେ ।।।

ଶୀତ ଅଛି
ସୋରିଷ ଖେତର ଲହରୀରେ
କଅଁଳ ପତ୍ରର ସବୁଜିମାରେ
ପରଅାପଣାର ଆଦରରେ
ନୁଖୁରାପଣର ବ୍ୟସ୍ତତାରେ ।।।।

ମୋ ପାଇଁ ଶୀତ ଅଛି......
ପ୍ରିୟା 
ଖାଲି ତୋଠାରେ ତୋଠାରେ ତୋଠାରେ ।।।।।

☀ ଅମିୟ ☀


Rate this content
Log in