ବେଳୁ ହିଁ ବିଚାର
ବେଳୁ ହିଁ ବିଚାର
ଆଦ୍ୟ ଗୁରୁ ମାତା ଦ୍ୱିତୀୟ ରେ ପିତା
ତୃତୀୟ ରେ ଜ୍ଞାନ ଗୁରୁ ।
ତାଙ୍କରି ପ୍ରେରଣା ନୈତିକର ବାର୍ତ୍ତା
ନେଇ ଜୀବନ ଉତାରୁ ।
ଗର୍ଭରୁ ସଞ୍ଚାର କରନ୍ତି ବିଚାର
ଭୁଲୋକେ ବ୍ରହ୍ମାଣ୍ଡ ସାଇଁ ।
କିଭଳି କାହାକୁ ଆଲୋକେ ବିଳକୁ
ଆଲୋକିବେ ବ୍ରହ୍ମ ଦେଇ ।
ସେହି ମାତା ଗର୍ଭେ କରନ୍ତି ସଞ୍ଚାର
ପ୍ରେରଣା ପାଇବା ପାଇଁ
ପିତା ଅସ୍ତି-ମଜା ଦେଇ ନୈତିକତା
ଦେଖାନ୍ତି ଆଲୋକ ନେଇ ।
ଶଶୀ କଳା ପ୍ରାୟେ ବଢ଼େ ଦିନୁ ଦିନ
ସୁଗୁଣେ ଗୁଣ ମହକ
ଯେପରି ତୁଳସୀ ଦୁଇ ପତ୍ରୁ ବାସି
ବାସରେ କରେ ଚହଟ ।
ବିଛୁଆତି ପ୍ରାୟେ ଦୁର୍ଜନ ଦୁର୍ଗୁଣେ
ଆର୍ତ୍ତ କରେ ପରିପାଟି
ସର୍ବ ଜନେ କଷ୍ଟ ଦେଇ ଥାଏ ଦୁଷ୍ଟ
ନଦିଏ କାହାକୁ ଶାନ୍ତି ।
ସର୍ବ ଜନ ହିତେ ସୁଗୁଣେ ମହତେ
ମାତା କୋଳ ଧନ୍ୟ ଧନ୍ୟ
ଦୁର୍ଜନ ଜନ୍ମିଲେ ମାତା କୋଳ କାନ୍ଦେ
ଲୁଚାଇ ତାର ନୟନ ।
ନୟନ ଲୋତକ ଚିବୁକେ ମିଳାଇ
ମାଆ ଯେବେ କାନ୍ଦୁଥାଏ
ଜୀବନ ଦୁର୍ବିଶ କରେ ଦୁଷ୍ଟ ଜନ
ଭବିଷ୍ୟ ଅନ୍ଧାର ହୁଏ ।
ଗୁଣଗ୍ରାହୀ ଠାରୁ ଗୁଣମାନ ମିଳେ
ପ୍ରେରଣା କରୁଣା ନୀତି
ସଦାଚାର ତାର ପାଥେୟ ଆମ୍ଭର
ମନେ ରଖ ଜନ ଶ୍ରୁତି ।