Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ପ୍ରେମ ଅଭିସାର

ପ୍ରେମ ଅଭିସାର

1 min
180


ପ୍ରେମକୁ ସମସ୍ତେ ପ୍ରହାର କରନ୍ତି
ଚରିତ୍ର ଚିତ୍ରଣ
ଚିଙ୍ଗାରୀର ରୂପ ନିଏ ।

ସଂକୀର୍ଣ୍ଣତା ଭାବ ପ୍ରେମର ସଦ୍ଭାବ
ପ୍ରେମ ପବିତ୍ରତା
ଓଲଟ ଅଙ୍କକୁ କୁହେ ।

ପ୍ରେମ ପରିଣୀତା ଅନନ୍ୟା ଦୁହିତା
କୂଳରେ କୂଳରେ
ସ୍ବର୍ଗୀୟ ସୃଜନୀ ଗଢ଼େ ।

ନିଷ୍ଠା ପ୍ରତିଷ୍ଠାରେ ପ୍ରାଣରେ ପ୍ରାଣରେ
ମାନବେ ମାନବେ
ମାନବୀୟ କଳ୍ପ ବାଢେ ।

ପ୍ରେମର ଆବର୍ତ୍ତ ନୁହେଁ ହେ ସୀମିତ
ନାହିଁ ସଂକୀର୍ଣ୍ଣତା
ନାରୀ ପୁରୁଷ ଭିତରେ ।

ପଶୁ ପକ୍ଷୀ ପ୍ରିୟ ପ୍ରକୃତି ପ୍ରାଣରେ
ଅଲିଭା ସମ୍ପର୍କ
ଅଭୁଲା ପୁଲକ ଭରେ ।

ଗଛ ଲତା ଫୁଲ ଋତୁରେ ଋତୁରେ
ଆତ୍ମୀୟତା ଆଉ
ନିବିଡ଼ତା ପ୍ରେମ ଝର ।

ବସୁଧା ପ୍ରେମରେ ସୂର୍ଯ୍ୟ ହଜିଯା'ନ୍ତି
ରଶ୍ମୀ ରାଗେ ଯୋଡି
ମହାକର୍ଷଣର ସୁର ।

ଝରଣାରେ ପ୍ରେମ ସାଗରରେ ପ୍ରେମ
ନୀଳ ଆକାଶରେ
ଅସରା ପ୍ରେମର ଧାରା ।

ପ୍ରକୃତି ପ୍ରେମରେ ବିଶ୍ୱରେ ବିଶ୍ୱରେ
ପ୍ରେମ ପ୍ରତିଷ୍ଠିତ
ତା'ଫଳ ଅତି ନିଆରା ।

ହେ ବନ୍ଧୁ,ମାନବ ହୁଅ ପ୍ରେମର୍ଣ୍ଣାବ
ଈଶ୍ୱର ପ୍ରେମରେ
ଈଶ୍ୱରଙ୍କୁ ଅନୁସରୀ ।

ଈଶ୍ୱର ହିଁ ସାର ଅନନ୍ତ ଅପାର
ତାଙ୍କରି ମହିମା
ଶାଶ୍ୱତ ପ୍ରେମାଭିସାରୀ ।


Rate this content
Log in