ଶ୍ରମିକ ଦିବସ
ଶ୍ରମିକ ଦିବସ
1 min
7.1K
ଶ୍ରମିକ ପାଇଁ କି କେତେ ଯେ ଭାଷଣ
କେତେ ବଡ ବଡ କଥା
ଓକାରିବେ ଆଜି ଦେଶରେ ଆମର
କେତେ ମନ୍ତ୍ରୀ କେତେ ନେତା ॥
ବରଷକେ ଥରେ ମନେ ପଡିଯାଏ
ଶ୍ରମିକ ଦୁଃଖ କାହାଣୀ
ତା'ପରେ ଆଉ ବା ପଚାରେ କିଏ ସେ
କିଏ କାହା କଥା ଜାଣି ?
ଶ୍ରମିକର ପିଲା ଶ୍ରମିକ ସାଜଇ
ନହେଲେ ଭୋକିଲା ପେଟ
ଭୋକିଲା ପେଟରେ ପଢିବାକୁ ଗଲେ
କିଏ ସେ ପୋଷିବ ପେଟ ?
ଶିଶୁ ଶ୍ରମିକଙ୍କ ନିରୋଧ ଆଇନ
କରି ହେଉଛି କି ଲାଭ
କାର୍ଯ୍ୟକାରୀ ଯଦି ନ କରୁଛ ଦେଶେ
କାହିଁକି ଏ ମିଛ କ୍ଷୋଭ॥
ନେତା ପୁଅ ନେତା ମନ୍ତ୍ରୀ ପୁଅ ମନ୍ତ୍ରୀ
ଶ୍ରମିକ ପୁଅ ଶ୍ରମିକ
ନ ହୋଇବେ ଯଦି ଏ ଦେଶେ ଆମର
ରହିବ କିପରି ଟେକ ?
*******