Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପ୍ରିୟତମାକୁ

ପ୍ରିୟତମାକୁ

1 min
6.6K


ପ୍ରତିଭା ପରିଡ଼ା



ରତ୍ନବେଦିରେ

କେଉଁ ଦୀପ ଜଳୁଥାଏ ପୁଣି ଲିଭୁଥାଏ ?

କାହା ନାଆଁରେ ,

ଗୋପଦାଣ୍ଡରେ ଡିବିଡିବି ନାଗରା ବାଜୁଥାଏ ?

ଈଶ୍ଵରୀ !

ତୋ’ ଇସାରାରେ ତ

ମୋର ଏ କାଳ , ସେ କାଳ

ଆଉ ସାରା କାଳ ନାଚୁଥାଏ ।


ତୋ ଦେହର କୁଣ୍ଡଳି ,

ଢାଙ୍କି ରଖିଥାଏ

ମୋର ଅର୍ଥ ପରମାର୍ଥ

ତୋ’ ନୀଳ ଆଖିର ମାୟା ,

ଢୋକି ନେଉଥାଏ ,

ମୋର ସଂସାରଭର୍ତ୍ତି ଅଭିମାନ ,

ପୁଣି ସମୁଦ୍ରେ ଅବିଶ୍ଵାସ ।


ମୋତେ କେଉଁ ବା ବାଟ ଦିଶୁଛି ?

ଗୋଟାଏ ପାଦ ସାମ୍ନାକୁ ବଢ଼ିଲେ

ସାତ ପାଦ ପଛକୁ ଫେରୁଛି

ମୋର ଯେତେ କର୍ମ ଅକର୍ମ ,

ମୋର ଯାହା ପାପ ପୁଣ୍ୟ ,

ପ୍ରିୟତମା !

ମୁଁ କ’ଣ ବର୍ଣ୍ଣିବି ,

ସ୍ଵର୍ଗ ତ ସ୍ଵର୍ଗ ,

ନର୍କରେ ବି ତୋ’ର ଆଖି

ପହରା ଦେଉଛି ।


Rate this content
Log in