Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା- ୫୪

ଜୀବନ ଗୀତା- ୫୪

1 min
6.6K


ଜୀବନ ଗୀତା
 
ଏ ଜୀବନେ କେତେ କାହାଣୀର ଛଟା
କେବେ ନିର୍ମଳ ଆକାଶ
କେବେ କଳାମେଘ ଘଟା ॥୦॥
 
ଛାଇଆଲୁଅର ବୁଣା ଇନ୍ଦ୍ରଜାଲ
ଘେରିଥାଏ ଜୀବନକୁ ସେ ତ କାଳକାଳ
ମନ ହୃଦୟର କେତେ ରୂପାନ୍ତରଣ 
ଘଟୁଥାଏ ପୁଣି ହେବାଯାଏ ଶେଷବେଳ
ମଇଁଷିର ଶିଙ୍ଗ ଉପରକୁ ଫଟା
ଯୁଝିଲା ବେଳକୁ ପୁଣି
ହୋଇଯାଏ ସିଏ ଗୋଟା ॥୧॥
 
ପରଶମଣିର ପରଶପଥର
ବଦଳାଇପାରେ ନାହିଁ ଭାଗ୍ୟ ଜୀବନର
ଇନ୍ଦ୍ରଧନୁ ରଙ୍ଗ ମନର ବେରଙ୍ଗ
କେବେହେଲେ ସେ ତ କରି ପାରେନାହିଁ ଦୂର
ପଣସ ଫଳ ତ ଉପରକୁ କଣ୍ଟା
ଭିତର ତାହାର ପୁଣି
କେତେ ରସୁଆଳ ମିଠା ॥୨॥


Rate this content
Log in