Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trupti Paikaray

Others Inspirational

1.5  

Trupti Paikaray

Others Inspirational

ସ୍ମୃତି

ସ୍ମୃତି

1 min
14.3K


ସ୍ମୃତି

ତୃପ୍ତି ପାଇକରାୟ

 

ସ୍ମୃତି କେବେ ତୃପ୍ତିରେ ଆତ୍ମହରା,
କେବେ ପୁଣି ପ୍ରୀତିରେ ଆନମନା I
ସ୍ମୃତି କେବେ ମଧୁଝରା ଜହ୍ନରାତି,
କେବେ ପୁଣି ଚୋରା ଚଇତି I
ସ୍ମୃତି କେବେ ଶୀତୁଆ ସକାଳର କାକରଟୋପା,
କେବେ ପୁଣି ଗୋଧୂଳିର ସେଇ ନିରବତା I
ସ୍ମୃତି କେବେ ମନେପଡୁଥିବା ସେଇ ପୁରୁଣା ରାସ୍ତା, 
କେବେ ପୁଣି ପହିଲି ମେଘରେ ସେଇ ଭିଜାମାଟିର ବାସ୍ନା,
ସ୍ମୃତି କେବେ ଅଧାଗଢ଼ା ସ୍ଵପ୍ଣ ଝରା ଶେଫାଳିର,
କେବେ ପୁଣି ମିଠା ମହକ ମଧୁମାଳତୀର I
ସ୍ମୃତି କେବେ ଦିଗହରା ପକ୍ଷୀ,
କେବେ ପୁଣି ସେ ଜନ୍ମଜନ୍ମର ସାକ୍ଷୀ I

ସ୍ମୃତି ଆଉ ତୃପ୍ତି ----

*****

 


Rate this content
Log in