Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Others

5.0  

BISWESWAR MAJHI

Others

ଖେଳି ହେବା ପ୍ରତିଷ୍ଠିତ

ଖେଳି ହେବା ପ୍ରତିଷ୍ଠିତ

1 min
517


ବାଲ୍ୟ କାଳୁ କ୍ରୀଡା ମାନବ ଶିଶୁର ସହଜାତ ପ୍ରବୃତ୍ତି

ଖେଳିଲେ ଶରୀର ରହିବ ନିରୋଗ ବଢିବ ମସ୍ତିଷ୍କ ଅତି ।

କ୍ରୀଡା ରେ ପ୍ରବୀଣ ହେଲେ ସମାଜରେ ଜଣକରେ ହେବା ଗଣା

ଫୁଟବଲ ହକି କ୍ରିକେଟ୍ ଟେନିସ୍ ପ୍ରମୁଖ କ୍ରୀଡାରେ ଗଣା ।

ଦୌଡ ଡିଆଁ ପୁଣି ବନ୍ଧୁକ ଚାଳନା ତୀରନ୍ଦାଜି ସନ୍ତରଣ

କୁସ୍ତି ମୁଷ୍ଟିଯୁଦ୍ଧ ସାଇକେଲ୍ ଚାଳନା ନୌଚାଳନା ଆକଳନ ।

ଫୁଟବଲ ସାରା ବିଶ୍ବରେ ପ୍ରସିଦ୍ଧ ଫିଫା ସଙ୍ଗଠନ ଗଢା

ବିଶ୍ୱ କପ୍ ଆୟୋଜନ ଜଣାଶୁଣା ଟିକେଟ୍ ପାଇଁ ଚଢାମଡା ।

ବ୍ରାଜିଲ ଆର୍ଜେଣ୍ଟିନା ଜର୍ମାନୀ ଫ୍ରାନ୍ସ ଉରୁଗୁଏ ଆଦି ଦେଶ

ଫୁଟବଲ ଖେଳକୁ ଉପଯୁକ୍ତ ମାନ ଦେଇ ପରସିଦ୍ଧ ବିଶ୍ୱ ।

ପେଲେ ମାରାଡୋନା ବାତିସ୍ତୁତା ଜିକୋ ଗାରିନ୍ଚା ରୋନାଲଡୋ ଆଦି

କିମ୍ବଦନ୍ତୀ କ୍ରୀଡାବିତ ଭାବେ ଜଣା ସେଲିବ୍ରିଟି ଅଦ୍ୟାବଧି ।

ବିଶ୍ୱର ପ୍ରସିଦ୍ଧ ଫୁଟବଲ କ୍ଲବ ସସମ୍ମାନେ ତାଙ୍କୁ ନେଇ

ଅପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା କରନ୍ତି କ୍ରୀଡା ଆୟୋଜନ ପାଇଁ ।

ଏଭଳି ସମ୍ମାନ ଦେଖି ଯୁବା କ୍ରୀଡା କରେ ତାର ଭବିଷ୍ୟତ

ପଚିଶ କୋଟିର ଦେଶରେ ଆମର କ୍ରୀଡା ନୁହେଁ ବ୍ୟବସ୍ଥିତ।

ବିଶ୍ୱକପ୍ ର ଯୋଗ୍ୟତା ହାସଲ ହୋଇନାହିଁ ଆଜି ଯାଏ

କ୍ରୀଡା ବିଭାଗର ବଡପଣ୍ଡା ମାନେ ଚେତୁ ନାହାନ୍ତି ଏଯାଏ !

ହକି ଥିଲା ଦିନେ ଦେଶର ଗୌରବ ଅଲିମ୍ପିକ୍ ମେଡାଲ୍ ଗୋଲ୍ଡ

ଜର୍ମାନ କୋରିଆ ଆଗକୁ ଗଲେଣି ଆମ ଦେଶ ହୁଏ ବୋଲ୍ଡ ।

କ୍ରିକେଟ୍ ଆମର ପରିଚିତି ଆଜି ସୁନିଲ୍ ଗାଭାସକର

କପିଳ୍ ଦେବ ବିଶ୍ୱନାଥ ଶ୍ରୀକାନ୍ତ ସଚିନ ତେନ୍ଦୁଲକର ।

ଆଜାରୁଦ୍ଦିନ୍ ଯୁବରାଜ ଧୋନୀ ଗାଙ୍ଗୁଲି ଦ୍ରାବିଡ କୋହଲି

ପ୍ରତିଷ୍ଠିତ ଆଜି ସେଲିବ୍ରିଟି ଭାବେ ବୁଲି ବୁଲି ଖେଳି ଖେଳି ।

ଜାଗରେ ଯୁବକ ଏ ଦେଶର ଯେତେ କ୍ରୀଡାକୁ କର ଆଦର

ଶରୀର ସୁସ୍ଥ ମସ୍ତିସ୍କ ଉନ୍ନତ ଭବିଷ୍ୟତ ଟି ଉଜ୍ବଳ ।



Rate this content
Log in