Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravat Kumar Nayak

Others

3  

Pravat Kumar Nayak

Others

"ସମର୍ପଣ"

"ସମର୍ପଣ"

1 min
6.8K


ଯେତେ ଦୁଃଖ ଅଛି ସଂସାରେ

 ସବୁ ଦିଅ ଗୋ ମୋତେ,

ଦୁଃଖେ ପରା ଭାବ ବଢଇ

  ସୁଖେ ଭୁଲିବି ସତେ ।


ଲୋଡା ନାହିଁ ଧନ ସମ୍ପଦ

 ଅବା ମାନ ଗୌରବ,

ଚିର ନୁହେଁ ଏତ ଅସ୍ଥାୟୀ

 କିବା ହୋଇବ ଲାଭ ।


ଲୋଡା ନାହିଁ ଜାୟା ସୁତ ମୋ

 ଏ ଯେ ପରମ ସ୍ଵାର୍ଥୀ,

ଘଡିକେ କାନ୍ଦିବେ ଶକେଇ

 ମନୁ କରିବେ ଇତି ।


ମାଗୁ ନାହିଁ କିଛି ତୁମ୍ଭକୁ

 ମାଗେ ତୁମ୍ଭ କରୁଣା ,

ତୁମ୍ଭ ଭାବ ଡୋରେ ବାନ୍ଧିଣ

 ରଖ ଆହେ ମଣିମା ।


ତୁମ୍ଭ ପଦେ ଲୟ ରହିଣ

 ବିତୁ ଦିବସ ମୋର ,

ଭାବ ବଇତରେ ବସାଇ

 ଭବୁ କରେ ହେ ପାର.. ।


      ପ୍ରଭାତ କୁମାର ନାୟକ

        ଭଦ୍ରକ ,ଓଡିଶା

 ଦୂରଭାଷା-୮୧୨୨୮୦୩୨୪୬


Rate this content
Log in