Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୨୬୩

ଜୀବନ ଗୀତା-୨୬୩

1 min
416


ଜୀବନରେ ଆଜିକାଲି

ଖାଲି ସିନା ଆଡମ୍ବର

ମହାକାଳ ଫଳ ପରି

ବାହାର ଭାରି ସୁନ୍ଦର

ହେଲେ ଭିତର ପୋଡା ଅଙ୍ଗାର ॥୦॥

କୃତ୍ରିମ ମାୟାର ଖେଳ

ଚାଲିଅଛି ସବୁଆଡେ

ମିଛ ସଂପର୍କ ଭରିଛି

ଯୁଆଡେ ଦେଖ ସିଆଡେ

ଜଟିଳ ମନପ୍ରାଣ ଜଳଇ ନିତିଦିନ

ମୂଲ୍ୟ ଆଉ ନାହିଁ କିଛି

ସତ ସ୍ନେହଁ ସଂପର୍କର ॥୧॥

କପଟ ପାଶାର ଖେଳ

ଖେଳୁ ଅଛନ୍ତି ସଭିଏଁ

କାହାରି ମୁହଁରେ ନାହିଁ

ମଧୁର କଥା ପଦିଏ

ନିରୀହ ଟିକି ହୃଦ ବୁଝେନା ଭଲମନ୍ଦ

ମଣିଷକୁ ଭଲପାଇ

ଠକୁଥାଏ ବାରଂବାର ॥୨॥


Rate this content
Log in

Similar oriya poem from Inspirational