Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

2  

pratap nayak

Others

ସପ୍ତରଙ୍ଗ

ସପ୍ତରଙ୍ଗ

1 min
6.8K


ଦେଇ ନେଇ ପୁରେଇଲି ଘର....,

ରୁପରଂଗ ଠାଣିକି ସଜାଡି,

କରେଇଲି ଅଭାବ ପୂରଣ....,

ସମର୍ପିତ ପ୍ରାଣ ମୋର,

ଉଠବସ ହେଲା,

ତୁମ ଇସାରାରେ.... l


କହିଲ ଦେଖିବ ଜୀବନର ସପ୍ତରଂଗ,

ଆଣିଦିଅ ମୋତେ.....,

ଖୋଜୁଛି ମୁଁ ତୁମ ପାଇଁ ତାହା,

ଦିନ ରାତି କରୁଛି ଏକାଠି ...... l


ହେଲେ ମୋ ଯାଣିବାରେ ସପ୍ତରଂଗ ଯାହା .....

ତୁମପାଇଁ ସେ ନିଉଛୁଣା ପ୍ରହେଳିକା!


ବୁଲି ବୁଲି ଅବଶ ମୋ ପାଦ,

ପାରୁନି ଯୋଗାଡି ମୁଁ ......,

ସଜେଇ ପାରୁନି ବି ତୁମ ଅଭେଦ୍ୟ ଦୁର୍ଗକୁ l


ହାତାସ ...ହତାସ ମୋ ଆଞ୍ଜୁଳା ସମୟ,

ଆବୋରିନି ତୋଳିଆଣି ସପନ ସେପଟୁ,

ନିଦ ପଟୁଆର ଅବା ବର୍ଷା ଭିଜା ରାତି,

କି ଘୁମନ୍ତ ପର୍ବତ ପୁଣି ଦାରୁଣ ଝାଞ୍ଜିକୁ,

ସଜେଇଲେ ସାଜୁନାହିଁ ତୁମ ସପ୍ତରଂଗ,

କିଂକର୍ତ୍ତବ୍ୟ ବିମୂଢ ମୁଁ .... l


ଫେରେ ତୁମ ଦରଜା ବାହାରୁ,

ଯହିଁ ଶୁଭୁଥାଏ କା'ର ଖିଲି ଖିଲି ହସ,

ତୁମ ଫିସ୍ ଫିସ୍ କଥା ଆଡ ପକାଏ ସେଥିରେ..... l


ମୋ ପାଦ ଫେରେ ସେଠୁ ତୋଳିବାକୁ ଖୋଜିବାକୁ ତୁମ ସପ୍ତରଂଗ

କାହିଁକିନା.......,

ଟିକେ ଶୁଣିତ ପାରିବି ତୁମ ଫିସ୍ ଫିସ୍ କଥା....,

ଏଣୁ ଥକିଲା ପାଦକୁ ବିଶ୍ରାମ ଦିଏନା,

ଖୋଜୁଛି ମୁଁ ତୁମ ପାଇଁ ତୁମ ସପ୍ତରଂଗ.... l


ପ୍ରତାପ ନାୟକ

,,,,,,,,,,,,,,, ୭୦୦୮୦୫୪୨୮୨


Rate this content
Log in