Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Romance

3  

Bikesh Sahu

Romance

ମୋର ପ୍ରେମିକ – ୦୨

ମୋର ପ୍ରେମିକ – ୦୨

1 min
135



ଜାଣେନା ମୁଁ 

ତୁମ ଧର୍ମ

ଜାତି, କୁଳ ଅବା ସମ୍ପ୍ରଦାୟ ।

କି ଚାହେନା ମୁଁ

ଜାଣିବାକୁ ସେଇ ସବୁ 

ତୁଚ୍ଛ ପ୍ରଶ୍ନମାନଙ୍କ ଉତ୍ତର ।

ଜାଣେ ତୁମେ 

ଏକ ଇ ଈଶ୍ଵର

ମାତ୍ର ଏଠି 

ତବ ରୂପ ଅଟଇ ଅନେକ ।

ହେ ପ୍ରିୟ !

ଜାଣିଛି ମୁଁ

ତୁମ ଆଗେ ତୁଚ୍ଛ ସବୁ 

ରୂପ, ଗୁଣ, ବର୍ଣ୍ଣ, ସମ୍ପ୍ରଦାୟ ।

ହେଲେ ଏଠି 

ତୁମେ ତ ଅନେକ

ତୁମ ପାଇଁ ସୃଷ୍ଟ ଏଠି

ଶହ ଶହ ଧର୍ମ ସମ୍ପ୍ରଦାୟ ।

ତୁମ ପାଇଁ ବହେ ନିତି 

ନିରୀହର ଉଷ୍ଣ ରକ୍ତଧାର ।

କିନ୍ତୁ ତମେ 

ନିଶବ୍ଦ ନିଶ୍ଚଳ ।

ଜାଣେ ଏ ତ 

ପ୍ରତୀକ୍ଷା ତୁମର

ସମୟର ପ୍ରବାହରେ 

ଦେବା ପାଇଁ ଯଥୋଚିତ ଫଳ ।

ହେଲେ କେବେ 

ଆସିବ ସେ ବେଳ ।

ଆସି ପାଶେ ବସି ମୋର 

କହିବ - " ହେ ପ୍ରିୟେ ! ମୋର

ପ୍ରତୀକ୍ଷାର ଅନ୍ତ ଏବେ 

ହୋଇଲା ତୁମର । "


Rate this content
Log in

Similar oriya poem from Romance