Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Pattanayak

Others

3  

Manas Ranjan Pattanayak

Others

ସୋମନାଥଙ୍କ ମେଳନ ଆଗମନେ

ସୋମନାଥଙ୍କ ମେଳନ ଆଗମନେ

2 mins
161



ମାନସ ରଞ୍ଜନ ପଟ୍ଟନାୟକ


ସମର ସଜ୍ଜିତ ବେଶରେ ଆସନ୍ତି ଦେଖ ଗୋ ପଶ୍ଚିମେଶ୍ବର,

ନାଚ କରୁଥାନ୍ତି ନନ୍ଦିମହାରାଜ ଯାଆନ୍ତି ପ୍ରିୟ ଠାକୁର।

ବାଣ ରୋଷଣୀରେ କମ୍ପମାନ ହେବ ଯାଚରା ପଥ ତାଙ୍କର।।

ସମର ସଜ୍ଜିତ ବେଶରେ ଆସନ୍ତି ଦେଖ ଗୋ ପଶ୍ଚିମେଶ୍ବର...

ବାଳମୁକୁନ୍ଦ ଙ୍କୁ ସଙ୍ଗତରେ ଧରି କରୁଥାନ୍ତି ଯେ ଗମନ,

ହରିହର ରୂପେ ଖ୍ୟାତ ହୋଇଛନ୍ତି ପବିତ୍ର ତାଙ୍କ ମେଳନ।

ଧାଇଁ ଆସିଛନ୍ତି ଦୂରଦୂରାନ୍ତରୁ କେତେ ଭକ୍ତ ସହଦୋର।।

ସମର ସଜ୍ଜିତ ବେଶରେ ଆସନ୍ତି ଦେଖ ଗୋ ପଶ୍ଚିମେଶ୍ବର...

ହରିବୋଲ ହୁଳହୁଳି ଶଂଖଧ୍ବନି ଆତସବାଜି ଗର୍ଜନ,

ସେବକ ମଣ୍ଡଳୀ କାନ୍ଧରେ ଶୋଭିତ କି ସୁନ୍ଦର ସେ ବିମାନ।

ଦୁହୁଡିବତିର ଆଲୋକର ଶିଖା ଛତ୍ରି ଆଲଟ ଚାମର।।

ସମର ସଜ୍ଜିତ ବେଶରେ ଆସନ୍ତି ଦେଖ ଗୋ ପଶ୍ଚିମେଶ୍ବର...

ହାତେ ତରବାରି କାନ୍ଧେ ନାଗା ଭିଡି ନାଚଇ ପାଇକ ପୁଅ,

କଳଘୋଡାମାନ ଯୋଚିହୋଇଛନ୍ତି କି ସୁନ୍ଦର ତାଙ୍କ ମୁହଁ।

ବୀରତୁରି ସେଠି ଡାକଛାଡୁଅଛି ଜନ ସମୁଦ୍ର ସାଗର।।

ସମର ସଜ୍ଜିତ ବେଶରେ ଆସନ୍ତି ଦେଖ ଗୋ ପଶ୍ଚିମେଶ୍ବର....

ଗର୍ବ ଅହଂକାର ମନୁ ତେଜକରି ପଶିଯାଅରେ ଶରଣ,

ବାବା ମହେଶ୍ୱର ମହୀମା ଅପାର କି ଗାଇବି ତାଙ୍କ ଗୁଣ।

ପୂରୁବ ଅରଜି ପାପ ତାପ ମାନ ଧୋଇଦେବେ ରାଜେଶ୍ବର।।

ସମର ସଜ୍ଜିତ ବେଶରେ ଆସନ୍ତି ଦେଖ ଗୋ ପଶ୍ଚିମେଶ୍ବର...

ପାଲିଙ୍କିରେ ଶୋଭା ବାଳମୁକୁନ୍ଦ ହେ ବିମାନରେ ସୋମନାଥ,

ପତିତଜନଙ୍କୁ ଉଦ୍ଧାରିବା ପାଇଁ ପୁଷ୍ପାୟୀତ ସେହି ପଥ।

ରଖିଲେ ରଖିବେ ମାରିଲେ ମାରିବେ ରଖିବେ ନିଶ୍ଚେ ଶଙ୍କର।।

ସମର ସଜ୍ଜିତ ବେଶରେ ଆସନ୍ତି ଦେଖ ଗୋ ପଶ୍ଚିମେଶ୍ବର...

ଶେଷଇଛା ମୋର ଶୁଣ ଭୂତନାଥ ମାଗୁନି ଧନ ରତନ,

ଏତିକି କରୁଣା କରବାରେ ନାଥ ନିମିଷେ ଯାଉ ଜୀବନ।

ମେଳନ ପଡିଆ ପଡିଆରେ ପଡି ଆତ୍ମା ଯିବ ସ୍ବର୍ଗପୁର।।

ସମର ସଜ୍ଜିତ ବେଶରେ ଆସନ୍ତି ଦେଖ ଗୋ ପଶ୍ଚିମେଶ୍ବର....

ଆର ଘଟେ ମୋର ଜନମ ହେବନି ଲଭିବି ସେଠି ମୂକତି,

ପଦାରବିନ୍ଦରେ ମନ ଲାଖିରହୁ ନଛାଡୁ ଯମା ଭକତି।

କରୁଣାରେ ଭରା କରୁଣାକର ସେ ସଙ୍କଟମୋଚନ ହର।।

ସମର ସଜ୍ଜିତ ବେଶରେ ଆସନ୍ତି ଦେଖ ଗୋ ପଶ୍ଚିମେଶ୍ବର,,,


# ନିମବସନ୍ତ,ହରିରାଜପୁର,ଜଟଣୀ,ପୁରୀ



(ଏହି ଗୀତିକବିତା ଟି ଜଟଣୀ ସହର ନିକଟ ହରିରାଜପୁର ଗ୍ରାମରେ ଅବସ୍ଥାପିତ ପ୍ରସିଦ୍ଧ ମହାଦେବ ପ୍ରଭୁ ପଶ୍ଚିମେଶ୍ବର ସୋମନାଥ ଙ୍କ ଉପରେ ପର୍ଯ୍ୟବସିତ ଅଟେ ଯେତେବେଳେ ସେ ପଂଚୁଦୋଳ ତୀଥିରେ ଆସନ୍ତି ତାଙ୍କ ପ୍ରିୟ ମେଳନ ପଡିଆ କୁ ସ୍ଥାନାଧିପତି ଭାବେ)


ଜୟ ସୋମନାଥ ମହାଦେବ


Rate this content
Log in