ତମେ ଆଉ ମୁଁ-2
ତମେ ଆଉ ମୁଁ-2
1 min
6.9K
ଗଢିପାରିବିନି ତୁମ ପାଇଁ ସଖୀ
ପ୍ରେମରେ ସଉଧଟିଏ
ଆଣି ପାରିବିନି ତୁମ ପାଇଁ ସାଥୀ
ମେଘରୁ ବଉଦଟିଏ
ଫୁଟିବେନି ଫୁଲ ଉପବନେ କେବେ
(ମୁଁ) ଚାହିଁଲେ ବି ତୁମ ପାଇଁ
ଶୀତଳ ସମୀର ଝରକା ଫାଙ୍କରୁ
ପାରିବିନି ଚାହିଁ ଦେଇ
ପାରିବିନି ଦେଇ ଈପ୍ସିତ ସୁଖ
ପାଦ ତଳେ ସଖୀ ତୋର
ନେବୁ ଯଦି ନେ ଦେଲି ମୁଁ ବିଛେଇ
ତୋ ପାଇଁ ଏ ମନ ମୋର ।
#ଚେନାଏ କବିତା