ଅଫେରା ବନ୍ଧୁ
ଅଫେରା ବନ୍ଧୁ
ବନ୍ଧୁଟିଏ ଥିଲା ମୋର କୁଷ୍ଠ ଆଶ୍ରମରେ
ଯା’ କଥା ଆଜିବି ମୋର ଭାରି ମନେ ପଡେ
ଦିନଥିଲା ଯାଉଥିଲି ଭେଟିବାକୁ ତାକୁ
ସବୁ ଛୁଟି କଟୁଥିଲା ଶୁଣି ତା କଥାକୁ
କହୁଥିଲା ସିଏ ତାର ଜୀବନ କାହାଣୀ
ହୃଦୟଟା ଫାଟୁଥିଲା ତା କଥାକୁ ଶୁଣି
ପିଲା ଦିନ କଟିଥିଲା ତାର ଭିକ୍ଷା ମାଗି
ଭିକାରି ସେ ସାଜିଥିଲା ଅନାଥଙ୍କ ଲାଗି
କେତେ ଅନାଥଙ୍କୁ ସିଏ ମଣିଷ କରିଛି
କେତେ ଭୋକିଲା ପେଟରେ ଦାନା ଦେଇଅଛି
ନିଜେ ପଙ୍ଗୁ ହେଇ ମଧ୍ୟ ଅନ୍ୟ କଥା ଭାବେ
ଦିନ ଦରିଦ୍ର ସେବାରେ ଖୁସି ସିଏ ଲଭେ
କୁଲି କାମ କରି ନିଜ ପେଟ ପୋଷୁଥିଲା
ବାର ବରଷର ଯେବେ ସିଏ ହେଇଥିଲା
କୁଷ୍ଠ ରୋଗୀଟିଏ ବୋଲି ଲୋକେ ଘୃଣା କଲେ
ଧନ୍ଦାରୁ ତାହାକୁ ସର୍ବେ ନିବୃତ ଯେ କଲେ
ଭୋକ ବିକଳରେ ତାର ଦିନ କଟୁଥିଲା
ଉପାୟ ନପାଇ ଭିକ୍ଷା ବୃତ୍ତିକୁ ବାଛିଲା
ବନ୍ଧୁ ମୋର ଦିନେ ଏକ ରୋଗୀକୁ ଭେଟିଲା
ଭୟଙ୍କର ହୃଦୟ ରୋଗରେ ପିଡୀତ ଯେ ଥିଲା
ତାକୁ ଦେଖି ବନ୍ଧୁ ମୋର ମର୍ମାହତ ହେଲା
ସାହାଯ୍ୟ କରିବାପାଇଁ ମନେ ଚିନ୍ତା କଲା
ନିଜ ଅପାରଗତାକୁ ସକ୍ଷମ କରିଲା
ନିଜ ହୃଦୟକୁ ସିଏ ଦାନ କରିଦେଲା
ହୃଦୟ ପାଇ ସେ ରୋଗୀ ନୂଆ ଜୀବନ ପାଇଲା
ହେଲେ ବନ୍ଧୁ ଚିରକାଳ ଆଖି ବୁଜିଦେଲା
ନଅ ଦିନ ପରେ ତା ମୃତ୍ୟୁ ଖବର ପାଇଲି
ଅଫେରା ବନ୍ଧୁକୁ ସବୁ ଦିନ ହରାଇଲି
ବନ୍ଧୁ ଠାରୁ ବହୁ ନୀତିଶିକ୍ଷା ମୁଁ ପାଇଲି
କାର୍ଯ୍ୟରେ ଲଗାଇବାକୁ ପ୍ରତିଜ୍ଞା କରିଲି
ନିଜେ ପଙ୍ଗୁ ସତ୍ତ୍ୱେ ଇତିହାସ ସେ ରଚିଲା
ତ୍ୟାଗ ବଳେ କାହାର ସେ ଜୀବନ ରଖିଲା
ଏମିତି ଅମୂଲ୍ୟ ବନ୍ଧୁ ସଭିଙ୍କୁ ନମିଳେ
ମିଳଇ କେବଳ ନିଜ ସୁକର୍ମ ବଳେ
ଜୀବନ ଦୀପଟା ସିନା ତାର ଲିଭିଗଲା
ହେଲେ ମୋ ମନେ ସେ ଚିର ଅମର ହୋଇଲା
ବନ୍ଧୁ ସିନା ନାହିଁ ଏବେ ମୋହରି ପାଖରେ
ରହିଛି ରହିବ ସିଏ ମୋ ଟିକି ହୃଦୟରେ ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ ,ନେତାଜୀ ନଗର ,ମଧୁପାଟଣା