Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Inspirational

3  

Lalatendu Kabi

Inspirational

ଶୈଶବ ବାସନା

ଶୈଶବ ବାସନା

1 min
13.4K


ଶୈଶବ ବାସନା

ଧରା ଧାରେ ଧରି ଧୀରେ ଆଧର ଜାଠର

କରେ କର କରି କରେ ପିତା ପଥ  ଚାର || 

ଉଷା ଭାସେ ଦଶ ଦିଶ ଔଜସ- ଅମ୍ବର

ଶିଶୁ ଆସ୍ୟେ ହାସ୍ୟ ଆସି ଲସେ ନିରନ୍ତର ||

ଅର୍ଭକ ଖର୍ବକ ବୋଲି ନ କରେ ବିଚାର;

ପ୍ରରୂଢ଼ ପରାୟେ ପଦ ପାତେ   ସରାସର || 

ନିର୍ବିକାର ରତ୍ନାକରେ ଅର୍ଣ୍ଣସ ଦର୍ଶନେ;

ପୁତ୍ରକ ପିତୃକେ ମଣେ ଅମର୍ତ୍ୟ ପ୍ରମାଣେ || 

ଜନିତ୍ର ଅଭିତଃ ସୁତ ସ୍ଵତଃ ବୀତଭୟ;

ବଳଚକ୍ର କୋଳେ ଯଥା ଭୂପାଳ ତନୟ || 

ଦର୍ଶନେ ମାନସେ ଆସେ ଶୈଶବ ବାସନା

ପିତା ଅଗ୍ନିକର ମାତା ଉତ୍ସଙ୍ଗ କାମନା || 

ଅଳିକେ କୋମଳ ଅଳ ଅଳସ ଅଙ୍ଗୁଳି;

ସଞ୍ଚାଳି କରନ୍ତି ମାତା କୋଳର ସଙ୍ଖାଳି ||  

ପିତା ଅଂସକୂଟ ପାଟେ କର୍ବଟ ବିହାର;

ଭୂଲୋକେ ଅଲଭ୍ୟ ପୁଣି ଦ୍ୟୁଲୋକେ ଦୁଷ୍କର ||

ବିତନୁ ସେ ବହୁ ଦିନୁ ଦୂରେ ବହୁଦୂରେ;

ହାରିତ ଅତୀତ ଶ୍ରୁତେ ଚିତ୍ତ ଝୁରି ମରେ || 

ଆଧର= ସେବା ବା ସାହାଯ୍ୟର ଯୋଗ୍ୟ; ଜାଠର= ଶିଶୁ; କରେ କର କରି ... ଚାର= ହତରେ ହାତ ରଖି ପିତ ପଥରେ  ଚାଲିଛନ୍ତି;  ଉଷା ଭାସେ= ଉଷା ଆଲୋକରେ; ଔଜସ-ଅମ୍ବର= ଉଜ୍ଜ୍ଵଳ ଆକାଶ; ଆସ୍ୟ= ମୁଖ; ଲସେ= ଚକ୍‌ଚକ୍‌ କରୁଥାଏ; ଅର୍ଭକ= ଶିଶୁ; ଖର୍ବକ= ଛୋଟ; ପ୍ରରୂଢ଼=ବୟସ୍କ; ସରାସ୍ର= ଇତସ୍ତତଃ; ରତ୍ନାକର= ସମୁଦ୍ର; ଅର୍ଣ୍ଣସ= ଢେଉ; ପିତୃଅକ= ପିତା; ଅମରେତ୍ୟ= ଦେବତା; ଜନିତ୍ର= ପିତମାତ; ଅଭିତଃ= ପାଖରେ; ବୀତଭୟ= ଭୟଶୂନ୍ୟ; ବଳଚକ୍ର କୋଳେ= ସେନା ଭିତରେ; ଭୂପାଳ= ରଜା;  ଅଗ୍ନିକର= ଅଙ୍ଗୁଳି; ଉତ୍ସଙ୍ଗ= କୋଳ; ଅଳିକ= କପାଳ; ଅଳ= ଚମତ୍କାର; ଅଂସକୁଟ= କାନ୍ଧ; ପୁଟ= ପ୍ରସସ୍ତ; କର୍ବଟ= ଗ୍ରାମ; ଦୁଷ୍କର= ଦୁଷ୍ପ୍ରାପ୍ୟ; ବିତନୁ= ଦେହରହିତ;  ହାରିତ= ହରେଇଥିବା; ଶ୍ରୁତ= ସ୍ମରଣ;

 


Rate this content
Log in