Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH SAHOO

Inspirational

3  

RAKESH SAHOO

Inspirational

ବାପାଙ୍କୁ ପଦେ

ବାପାଙ୍କୁ ପଦେ

1 min
6.8K


କେତେ ଖୁସିରେ ମୋ ଦିନ ବିତିଛି

ହସି ଖେଳି କେତେ ମୁଁ ନାଚିଛି ।।


ତୁମ ହାତ ଧରି କୁନି ପାଦେ ଚାଲି ଶିଖିଛି

କେବେ ଝୁଣ୍ଟିଛି କେବେ ପଡିଛି ।।


ହେଲେ ପଡିବାର ମୋତେ ଡର ନଥିଲା

କାରଣ ତୋଳି ନେବାକୁ ତୁମ ହାତ ଥିଲା ।।


କାହିଁକି ମୋତେ ଅନ୍ୟ ହାତରେ ଦେଉଛ

ଏତେ ସ୍ନେହ ଶ୍ରଦ୍ଧା କଣ ହୋଇଗଲା ତୁଛ ।।


ଦୁନିଆ କେବେ ମୋତେ ବୁଝିପାରିପାରିବନି

ତୁମ ପରି ଭଲ ପାଇବା ଦେଇପାରିବନି ।।


ମନ କଥା ମୋର କେହି ବୁଝିବେନି

ସମ୍ମାନ ମୋର କେହି ରଖିବେନି ।।


ତୁମ ଛଡା କିଏ ହେବେନି ନିଜର

କାମ ସରିଗଲେ କରିଦେବେ ପର ।।


ମନ କଥା ମୁଁ ଯେ କାହାକୁ କହିବି

ସ୍ୱାଧୀନତା ମୋର ସବୁ ହରାଇବି ।।


ବଞ୍ଚିବାକୁ ଚାହେଁ ତୁମ ଝିଅ ହୋଇ

ଆଉ କିଛି ପରିଚୟ ମୋର ଆବଶ୍ୟକ ନାହିଁ ।।


ରାକେଶ ସାହୁ


Rate this content
Log in

Similar oriya poem from Inspirational