ବେପରୁଆ ଗାଡି
ବେପରୁଆ ଗାଡି
ବେପରୁଆ ଭାବେ ଗାଡି ଚଳେଇକି
କାହିଁକି ଯାଉଛ ମାଡି
ଭାଗ୍ୟ ସବୁବେଳେ ସାଥ୍ ଦିଏନା
ଭାରି ବିପଦ ଏ ଗାଡି..
ପ୍ରାଣ ଯାଏ ପରା ଛାଡି..
ଟିକେ ଭୁଲ୍ ରେ ଶୁନ୍ୟରେ ଶୁନ୍ୟରେ
ଜୀବନଟା ଯିବ ଉଡି ।।
ନିଇତି ହେଉଛି ରାସ୍ତା ଦୁର୍ଘଟଣା
କେତେ ପୁଣି ମୃତାହତ
ଟିଭି ପେପରରୁ ଏ ସବୁ ଦେଖିକି
କିଛିଟା ତ ଭାଇ ଚେତ..
ଯୋଡି ମୁଁ କହୁଛି ହାତ..
ସଠିକ୍ ଭାବରେ ଗାଡି ଚଳେଇଲେ
ସଭିଙ୍କର ହେବ ହିତ ।।