ହୃଦୟ ସ୍ପନ୍ଦନ
ହୃଦୟ ସ୍ପନ୍ଦନ
ହୃଦୟ ସ୍ପନ୍ଦନ ପଡେ଼ ଯେତିକି ଥର
ଏଇ ମନ ନିତି ଝୁରେ ତୁମକୁ ସେତିକି ଥର|
କି ଭାବ ରଙ୍ଗ ଦେଲ ଯେ ଲଗାଇ ତୁମେ
ଭୁଲି ବାକୁ ଚାହିଁଲେ ତ ଭୁଲି ପାରୁନାହିଁ|
ଆଖି ଲୁହ ଯାଏ ଭିଜି ଅଦିନିଆ ବର୍ଷା ପରି
ଦୁଃଖ ଯନ୍ତ୍ରଣା ସବୁ ଲାଗେ ମତେ ଅତିନିଜର ପରି
ଆଖିକୁ ପଚାର ପ୍ରତିମୂହୁର୍ତ୍ତେ ଲୁହ ଗଢ଼ାଏ କେତେ ଥର.....
ପ୍ରମିଳା ସାହୁ