Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Pradhan

Inspirational

3  

Sagar Pradhan

Inspirational

କଥା

କଥା

1 min
6.8K


🗣   *କଥା*  🤫

କଥାରେ ଅଛି କଷଣ ପିତା 

କଥାରେ ଅଛି ମହୁ

କଥା କଷଣ ମନକୁ ବାଧେ

ଆଖିରୁ ଝରେ ଲହୁ।

କଥାର ବଳେ ମିତ୍ର ଭିଆଣ

କଥା ଅରଜେ ଅରି

କଥା ଖସିଲେ ମୁଖରୁ ଥରେ

ଆସେନା କେବେ ଫେରି।

କଥା ଥରୁଟେ ମୁଖୁ ଖସିଲେ

ହାରିବୁ ଯଶ ମାନ

ନିଜ ଲୋକବି ଦୁରେଇ ଯିବେ

ଘୃଣା କରିବେ ଜନ।

କହି ଜାଣିଲେ କଥା ସୁନ୍ଦର

କହ ମଧୁର କଥା

ବିଧୁର ମନେ ମଲମ ସମ 

ଦୂରେଇ ଯିବ ବ୍ୟଥା।

କଥାରେ ଅଛି ସରଗ ସୁଖ

କଥାରେ ଅଛି ସବୁ

କଥା ଛଳରେ ହିଂସ୍ର ପଶୁକୁ

କରି ପାରିବୁ କାବୁ।

ଯାହା କଣ୍ଠରୁ ମଧୁର ବାଣୀ

ଉତ୍ତମ ବ୍ୟବହାର

ସେହି ଜନଟି ଜନ୍ମାଇ ପାରେ

ଶତ୍ରୁ ମନରେ ଘର।

ତେଣୁ ସର୍ବଦା ମନେ ରଖି ବୁ

କହ ମଧୁର ବାଣୀ

ଇହ ଜଗତୁ ଗଲା ପରେବି

ଜନତା ହେବେ ଗୁଣି।

*ସାଗର ପ୍ରଧାନ, ଗଂଜାମ*


Rate this content
Log in

Similar oriya poem from Inspirational