Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ବିଶ୍ୱ ଜଳ ଦିବସ

ବିଶ୍ୱ ଜଳ ଦିବସ

1 min
822


ଜଳ ଜଳ ହୋଇ ଦିଶୁଛି ଜଳ ସରି ଯାଉଛି

ମାଟି ତଳୁ ଜଳ ସଂପଦ ସୁଖି ସୁଖି ଯାଉଛି ।

'ଜଳ ହିଁ ଜୀବନ' ଏକଥା କିଏ ନ ଜାଣିଛି

ତଥାପି ଜଳର ଆଦର କେହି କରି ଶିଖୁଛି !

ବସ୍ତୁବାଦୀ ଭୋଗବାଦୀ ଏ ବିଶ୍ୱେ କାଲିର କଥା

କେହି ଭାବେ ନାହିଁ ଆଜିକ ଭଲେ ଜୀଇଁବା କଥା ।

ତିନି ଭାଗ ଜଳ ଧରାର ସବୁ ସାଗର ଜଳ

ଶୋଷକି କାହାର ମେଣ୍ଟାଏ ଏତେ ଥାଇ ନିଷ୍ଫଳ !

ବରଷା ଜଳକୁ ରକ୍ଷଣ ପାଇଁ ସଚେତନତା

କରନ୍ତି ସର୍କାର ଦେଇଣ ପ୍ରୋତ୍ସାହନ ବାରତା ।

ନୂତନ ଗୃହର ନିର୍ମାଣେ ଜଳ ଅମଳ ପ୍ରକଳ୍ପ

କଲେ ବ୍ୟୟ ରାଶି ଫେରସ୍ତ ମିଳେ ଜଣା ସ୍ୱଳପ ।

ପାଇପ୍ ଖୋଲି ଜଳ ବଗିଚା ଠାରେ ଢାଳିବା ବେଳେ

ସିଂଚନ ପ୍ରଣାଳି କଥା ଟି ଭୁଲି ଯାଉଛେ ହେଳେ ।

ପୁନଃ ବ୍ୟବହାର ଜଳର ଆମେ କରି ଶିଖିବା

ସଚେତନ ନାଗରିକର ଭଲ ବାରତା ଦେବା ।

ବାଇଶି ମାର୍ଚ୍ଚ ବିଶ୍ୱ ପାଳଇ 'ଜଳ ଦିବସ' ବାର୍ତ୍ତା

ଆମେହିଁ ଆମର ଦାସଟି ଆମେ ଆମ କରତା ।

ଶପଥ କରିବା ଜଳକୁ ନଷ୍ଟ କରିବା ନାହିଁ

ପରପୀଢି ଆମ ଜଳର କଷ୍ଟ ଭୋଗିବେ ନାହିଁ ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in