Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational

3  

Prasanta kumar Hota

Inspirational

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
7.6K


ଅଗଷ୍ଟ ପନ୍ଦର ଦିନ ସ୍ଵାଧୀନର

ଆସିଛି ଆଜିରେ ଭାଇ

ତ୍ରିରଙ୍ଗା ପତାକା ଟାଣିବା ସଜାଇ

ଜନ ଗଣ ମନ ଗାଇ ।

ଯାଇଛି ଜୀବନ କେତେ ଧନ ମାନ

ଏହି ସ୍ଵାଧୀନତା ପାଇଁ

ଦେଶର ସୁପୁତ୍ର ଶହୀଦ ସ୍ମାରକ

ଡେଇଁଥିଲେ ଲମ୍ଫ ଦେଇ ।

ଆମେ ଯେଣୁ ତାଙ୍କ ଉତ୍ତର ଦାୟାଦ

ଆସ ମନେ ପକାଇବା

ଜାତିର ଜନକ ଯାହା କହୁଥିଲେ

ତାଙ୍କ ଗୁଣ ଗାଉଥିବା ।

ଅହିଂସା ର ବାଣୀ ଆନ୍ଦୋଳନେ ପୁଣି

ଗାନ୍ଧୀ କଲେ ଆଚରଣ

ଫିଟାଇଲେ ବାଟ ସ୍ଵାଧୀନ ସ୍ଵରାଷ୍ଟ୍ର

ପଥ ପ୍ରାନ୍ତେ ପରାଧୀନ ।

ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିରେ

ଜନତା ସମୁଦ୍ର ଭରେ

ଭାରତ ସ୍ଵାଧୀନ ବ୍ରିଟିଶ ଶାସନ

ଆସିଗଲା ଅକ୍ତିଆରେ ।

ଉଡିଲା ତ୍ରିରଙ୍ଗା ଜୟଗାନ କରି

ଅହିଂସା ର ବାର୍ତ୍ତା ବୋହି

ସ୍ଵାଧୀନତା ପରେ ଯେ ହିଂସା ଘଟିଲା

ପରାଧିନେ ଥିଲା କାହିଁ ।

ଇଂରେଜ ଛାଡିଲା ଭାରତ ବର୍ଷକୁ

ଦେଇଗଲା ନବଜନ୍ମ

ପୂର୍ଣ୍ଣ ପ୍ରାଣ ପାଇ ଏ ଦେଶ ସନ୍ତାନ

ବୁଝିଲେ ନାହିଁ ତା ମର୍ମ ।

ଦୁର୍ଦ୍ଦଷ ସୁବାଷ ମାଗିଥିଲା ରକ୍ତ

ଦେଲା ନାହିଁ ଭରି ଦେଶ

ସେଥିପାଇଁ ବୋଧେ ଦେଉଛି ଜନତା

ଦୈନ୍ୟତାର ପରକାଶ ।

ଫର ଫର ଉଡେ ତ୍ରିରଙ୍ଗା ଆମର

ଜାତୀୟ ବନ୍ଦନା ଗାଇ

ପଡୋଶୀ ପ୍ରବେଶ ଦେଉଛି ବିନାଶ

ଶାନ୍ତି ମୈତ୍ରୀ ନାରା ଦେଇ ।

ଦେଉଥିଲେ ଏଠି ଅନ୍ୟାୟ ଆଚାର

ଲୁଣ୍ଠି ପୁଣି ଆମ ଧନ

ଦେଉଛନ୍ତି ଏବେ ସେବା ଶ୍ରମ ନାମେ

କହିବାକୁ ସୁଆଧିନ ।

ପରାଧୀନ ଗଲା ସ୍ଵାଧୀନ ଆସିଲା

ଲୁଣ୍ଠନ ଯାଇନି ସରି

ଲୁଣ୍ଠୁଛନ୍ତି ଏବେ ନିଜ ଲୋକ ଯାହା

ପର ଲୋକ ଆର ପାରି ।

ମୋ ଦେଶ ସମୃଦ୍ଧି ପଥରେ ବାଧକ

ପରାଧୀନ ମନୋଭାବ

ସ୍ଵାଧୀନତା ଦିନେ ନେବା କି ଶପଥ

ଦୃଢ ହେବ ଆତ୍ମଗର୍ବ ।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Inspirational