ତା’ର ଜାତୀୟତା ସରଗ ଛୁଉଁରେ
ତା’ର ଜାତୀୟତା ସରଗ ଛୁଉଁରେ
ତା’ର ଜାତୀୟତା ସରଗ ଛୁଉଁରେ
ପର୍ଶୁରାମ ବିଶ୍ୱାଳ
ଯେ’ ଦେଶ ପଥର କହୁଅଛି କଥା, ତୁ ସେ ଦେଶର ରଜା
ଏଇ ମରତରେ ଉଡୁଚିରେ ଜଗା ତୋହରି କୀରତି ଧ୍ୱଜା
ତୋ ସନ୍ତାନ ଆଜି ଜାତୀୟତା ଭୁଲି
ସ୍ୱାର୍ଥରେ ନେଉଚି ମଜା ।
ନେତା ହବ, ବଡ଼ ମନ୍ତ୍ରୀ ହବ ପୁଅ, ଡାକ୍ତର, ଇଞ୍ଜିନିୟର
ଭୁଲେ ସେ ସମାଜ, ଯାହା ପାଇଁ ଆଜି ଏଇ ଆସନଟି ତା’ର
ଦିନରାତି ଖାଲି ନିଜ କଥା ଭାବେ
ତା କଥା କରେନା ଖୋଜା ।
ଦେଶ ପାଇଁ କେତେ ଦେଲେ ଆତ୍ମବଳି, ତା ମନେ ସିଲଟ ଗାର
ଯେତେ ମାଠିଲେ ସେ ଦରପୋଡ଼ା କାଠ, ସବୁ ତା ପାଇଁ ବେକାର
ଦୁଃଖୀ ମୁହେଁ ହସ ଫୁଟାଇବାକୁ ସେ
କରୁନି ଠାକୁରପୂଜା ।
କହିଦେ କାଳିଆ ପୁଅକୁ ତୋହର ଦେଶ ପାଇଁ ଜାତି ପାଇଁ
ପଡୁ ପଛେ ତା’ର ଜୀବନ ଦବାକୁ, ନଯାଉ ସିଏ ପଛେଇ
ତା’ର ଜାତୀୟତା ସରଗ ଛୁଉଁରେ
ତା ନାଆଁରେ ବାଜୁ ବାଜା ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****