ଜୀବନ ଗୀତା- ୭୦
ଜୀବନ ଗୀତା- ୭୦
1 min
13.2K
ଜୀବନ ଗୀତା- ୭୦
ଖରା ଛାଇ ଅଛି ନାହିଁ
ଖେଳ ଏଇ ଜୀବନ
ଜଳିଜଳି ଯାଉଥାଏ
ଦୀପଶିଖା ସମାନ ॥୦॥
ଶ୍ରାବଣର ବରଷାରେ
ଭିଜୁଥାଏ ଶରୀର
ବଇଶାଖ ରଡନିଆଁ
ପୋଡି କରେ ଅଙ୍ଗାର
ଫଗୁଣର ଅବିରରେ
ହୁଏ ପୁଣି ରଙ୍ଗୀନ ॥୧॥
ପ୍ରଜାପତି ଡେଣା ମେଲି
ଉଡୁଥାଏ ନଭରେ
ପକ୍ଷହରା ହୋଇ ପୁଣି
ଗଡୁଥାଏ ମାଟିରେ
ଭାଙ୍ଗିଯାଏ ପଲକରେ
ସାତରଙ୍ଗୀ ସପନ ॥୨॥