Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ମୃତ୍ୟୁ ଓ ଭୟ

ମୃତ୍ୟୁ ଓ ଭୟ

1 min
6.8K


ରୋମାଣ୍ଟିକ କବି ମାୟାଧର ମାନସିଂହ


ନିବିଡ଼ ଆଶ୍ଳେଷ ମଧ୍ୟେ ପ୍ରଶ୍ନ ବାରବାର

ଉଠିନି କି ପ୍ରିୟ ସଖି ?କଙ୍କଣ ଝଙ୍କାର

ସହସା ସ୍ତବ୍ଧ ହୁଏ,ଉନ୍ମୁଖୀ ଚୁମ୍ବନ

ରହିଯାଏ ଅର୍ଦ୍ଧପଥେ,ନିଃଶ୍ବାସେ କମ୍ପନ

ଆସେ ସେ କରୁଣ ପ୍ରଶ୍ନେ - 'ଭୃତ୍ୟ ମରଣର

କାହା ଅଙ୍ଗେ ଅଗ୍ରେ ଥୋଇ ତା' ଶୀତଳ କର

ନିଃସଙ୍ଗ କରିବ ଆନେ ?'- ଲାଗଇ କଳହ

ଦୁଇ ଜନେ, କରିବାକୁ ମରଣ ସଂଗ୍ରହ

ଆଗ ହୋଇ ଆନଠାରୁ ।ଆଜି କିନ୍ତୁ ସଖି

ସେ ଭୟ ନାହିଁଛି ଆଉ; ମତେ ଏଥି ରଖି

ଯାଅ ଯଦି ପରପାରେ,ପ୍ରେମ ମୃତ୍ୟଞ୍ଜୟ

ଶକ୍ତି ଦେବ ବିରହରେ ।ମରଣରେ ଜୟ

କରିବି ମୁଁ ଚିତା-ଭସ୍ମେ ଛାଇ ଦେହ-ସୀମା

ଦେହ ତଳେ ସୃଜି ତବ ମାନସୀ-ପ୍ରତିମା ।

ସମାପ୍ତ


Rate this content
Log in

Similar oriya poem from Classics