Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramit Mohapatra

Others

2  

Pramit Mohapatra

Others

କେହି ତ ଆସିବା ନାହିଁ”

କେହି ତ ଆସିବା ନାହିଁ”

1 min
6.8K


ପାର୍କ ଚଉକି ପଡ଼ିଲାଣି ଫିକା

ଦେହର ଓଜନ ସହି,

କହିଥିଲା ପ୍ରିୟା ସହଳେ ଆସିବ

କେବେ ସେ ତ ଆସୁ ନାହିଁ ।

ସହରରେ ଥିଲା ସୁଟିଙ୍ଗି ଯେ ଚାଲି

ନୂଆ ନୂଆ ମୁହଁ ଚାହିଁ,

ଫିଲିମି ଷ୍ଟାରକୁ ବଳିଲା ମୋ ମନ

ସେପରି ଚେହେରା କାହିଁ ।

କାହିଁକି ଆସିବେ ହିରୋ-ହିରୋଇନି

ଆଖି କାହିଁ ହେଉ ବାଇ,

କିଡ଼ିନି ଚୋରଙ୍କ ଆତଙ୍କ ଖେଳିଛି

କେହି ଆସିବାର ନାହିଁ ।

ନୂଆ ଚେହେରା ଯେ ଖାଇଲେଣି ମାଡ଼

କେତେ ଯିବେ ଆଉ ସହି,

ଖରାର ତାକତ ଏତେ ଯେ ବଢୁଛି

ଏ ଦେହ ଯେ ସହେ ନାହିଁ ।

ମଉସୁମୀ ତୁମେ ରାସ୍ତା କି ଭୁଲିଲ

ଖରା ମାରେ ଚାଇଁ ଚାଇଁ,

ସବୁ ଗଲେ ଭୁଲି ଆମ ଏ ସହର

କେହି ଆସିବାର ନାହିଁ ।


ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in